‘ଅମ୍ପନ’କୁ ଦେଖି ଲୁଚିଲା ମୌସୁମୀ; ୫ ଦିନ ଡ଼େରିରେ ଛୁଇଁବ କେରଳ ଉପକୂଳ

ନୂଆଦିଲ୍ଲୀ: ମୌସୁମୀ ଲାଗି ବିପଦ ହୋଇଛି ’ଅମ୍ପନ’ । ଜୁନ୍ ୧ ତାରିଖରେ ମୌସୁମୀ କେରଳ ଉପକୂଳ ଛୁଇଁବାର ଆକଳନ କରାଯାଇଥିଲେ ହେଁ ଏବେ ଆଉ ୫ ଦିନ ପର୍ଯ୍ୟନ୍ତ ମୌସୁମି ଆଗମନରେ ବିଳମ୍ବ ଘଟିପାରେ । ଏନେଇ ସୂଚନା ଦେଇଛନ୍ତି ଆଇଏମଡ଼ି ମହାନିର୍ଦ୍ଦେଶକ ମୃତ୍ୟୁଞ୍ଜୟ ମହାପାତ୍ର ।

ସେ କହିଛନ୍ତି ଯେ  ସୃଷ୍ଟି ହୋଇଥିବା ବାତ୍ୟା ଅମ୍ପନ ଯୋଗୁଁ ଏଥର ବିଳମ୍ବରେ ଭାରତ ଛୁଇଁବ ମୌସୁମୀ ବାୟୁ । ଜୁନ୍ ୫ରେ ମୌସୁମୀ ବାୟୁ କେରଳ ଉପକୂଳ ଛୁଇଁବା ସମ୍ଭାବନା ରହିଛି ।  ଅନ୍ୟପଟେ ୧୯୯୯ ପରେ ଅମ୍ପନ ସବୁଠୁ ବଡ଼ ଇନଟେନ୍ସ ସାଇକ୍ଲୋନ । ଏବେ ଏହା ପ୍ରାୟ ୧୫କିମି ବେଗରେ ଗତି କରୁଛି । ଆସନ୍ତାକାଲି ଅପରାହ୍ନରୁ ସନ୍ଧ୍ୟା ଭିତରେ ସୁନ୍ଦରବନ ନିକଟରେ ପାର କରିବ ଅମ୍ପନ । ଲ୍ୟାଣ୍ଡଫଲ ବେଳେ ୧୫୦ରୁ ଅଧିକ ବେଗରେ ପବନ ବହିବାର ଆଶଙ୍କା ରହିଛି । ଲ୍ୟାଣ୍ଡଫଲ ବେଳେ୧୫୦ରୁ ପବନର ବେଗ ବଢ଼ି ୧୮୫ କିମି ପର୍ଯ୍ୟନ୍ତ ବେଗ ବହିପାରେ ବୋଲି ସେ କହିଛନ୍ତି ।

Comments are closed.