ମନରେଗା ପାଉଣା ଦାବିରେ ପଦ୍ମପୁରରେ ଧାରଣା

ବରଗଡ଼ ଜିଲା ପଦ୍ମପୁର ଉପଖଣ୍ତ ଟେମେରୀ ଗ୍ରାମର ମହାତ୍ମା ଗାନ୍ଧି ଜାତୀୟ ଗ୍ରାମୀଣ ନିଶ୍ଚିତ କର୍ମନିଯୁକ୍ତି ଯୋଜନାରେ ବ୍ୟାପକ ମାତ୍ରାରେ ଅନିୟମିତତା ହୋଇଥିବା ଅଭିଯୋଗ ହୋଇଛି ।ହିତାଧିକାରୀମାନେ କାମ କରି ପ୍ରାପ୍ୟ ପାଇ ନାହାନ୍ତି । କେତେକ ଅସାଧୁ କର୍ମଚାରୀ ଶ୍ରମିକଙ୍କ ମେହନତକୁ ହଡପ କରିଥିବା ସନ୍ଦେହ କରି ଟେମରୀ ଗ୍ରାମ ପଞ୍ଚାୟତ ଅଫିସ ସମ୍ମୁଖରେ ଧାରଣାରେ ବସିଛନ୍ତି । ଧାରଣାରେ ବସିଥିବା ଭଗବାନ ବଛା,ସରଦିପ ସୁନା,ଭଗବାନ ମହାନନ୍ଦ,ଜପ ବାଗ,ହେମନ୍ତ ନାଗ,ରୁଦୁନା ମହାପାତ୍ର,ସୁଶାନ୍ତ ବାଗ,ଜୟଦେବ ବରିହା,ମଦନ ସାହୁ,ରତନ ଠାକୁର,ମହେନ୍ଦ୍ର ବାଗ,ଜୟଦେବ ବରିହା ୬ମାସ ପୂର୍ବରୁ ମନରେଗା ଯୋଜନାରେ ସେମାନେ କାମ କରିଛନ୍ତି। ପ୍ରଥମ ସପ୍ତାହ ପ୍ରାପ୍ୟ ପାଇଥିବା ବେଳେ ଆଉ ଦୁଇ ସପ୍ତାହର ପ୍ରାପ୍ୟ ପାଇ ନାହାନ୍ତି । ବିଡିଓ,ଜେଇ,ବ୍ଲକ ଅଧ୍ୟକ୍ଷଙ୍କୁ ଅନେକ ଥର ଅଭିଯୋଗ କରିଥିଲେ ସୁଦ୍ଧା କୌଣସି ସୁଫଳ ପାଇ ପାରି ନାହାନ୍ତି। ତେଣୁ ଧାରଣାରେ ବସିବାକୁ ବାଧ୍ୟ ହୋଇଛନ୍ତି ବୋଲି କହିଛନ୍ତି ।