ପ୍ରଦର୍ଶନ ନେଇ ସନ୍ତୁଷ୍ଟ: ମନପ୍ରୀତ

0

ଭୁବନେଶ୍ୱର : ପ୍ରଥମ ମ୍ୟାଚରେ ଦଳ ପୂର୍ଣ୍ଣ ଆତ୍ମବିଶ୍ୱାସର ସହିତ ପଡ଼ିଆକୁ ଓହ୍ଳାଇଥିଲା। ଦକ୍ଷିଣଆଫ୍ରିକା ବିପକ୍ଷରେ ଏ ବିଜୟ ଦଳଗତ ପ୍ରଦର୍ଶନର ଶ୍ରେୟ। ପ୍ରଦର୍ଶନକୁ ନେଇ ଆମେ ସନ୍ତୁଷ୍ଟ ବୋଲି କହିଛନ୍ତି ଭାରତୀୟ ଦଳର ଅଧିନାୟକ ମନପ୍ରୀତ ସିଂହ। ଦକ୍ଷିଣଆଫ୍ରିକା ବିପକ୍ଷରେ ସ୍ୱତନ୍ତ୍ର ରଣନୀତି ସହିତ ପଡ଼ିଆକୁ ଓହ୍ଳାଇଥିଲୁ। ପ୍ରଥମ କ୍ୱାର୍ଟରରେ ଆମେ ଭଲ ଖେଳିଥିବାବେଳେ ଦ୍ୱିତୀୟ ଓ ତୃତୀୟ କ୍ୱାର୍ଟରରେ ଏକାଧିକ ସୁଯୋଗ ହାତଛଡ଼ା କରିଥିଲୁ। ଅନ୍ତିମ କ୍ୱାର୍ଟରରେ ଆମେ ଭଲ ପ୍ରଦର୍ଶନ କରିବାରେ ସକ୍ଷମ ହୋଇଥିଲୁ। ପେନାଲ୍ଟି କର୍ଣ୍ଣରରେ ଆମେ ଶତ ପ୍ରତିଶତ ସଫଳ ହୋଇନଥିଲୁ। ପ୍ରଥମ ମ୍ୟାଚର ତ୍ରୁଟିକୁ ସୁଧାରି ବେଲଜିୟମ ବିପକ୍ଷରେ ପଡ଼ିଆକୁ ଓହ୍ଳାଇବୁ ବୋଲି ମନପ୍ରୀତ କହିଛନ୍ତି।

Leave A Reply