ପ୍ରଥମ ଭାରତୀୟ ହକି ତାରକା ଭାବେ ମନ୍‍ପ୍ରୀତଙ୍କୁ ଏଫଆଇଏଚ ‘ପ୍ଲେୟର ଅଫ୍‍ ଦ ଇୟର୍‍‘ ପୁରସ୍କାର

ପ୍ରଥମ ଭାରତୀୟ ହକି ଖେଳାଳି ଭାବେ ମନ୍‍ପ୍ରୀତ ସିଂହଙ୍କ ରେକର୍ଡ

ନୂଆଦିଲ୍ଲୀ : ଭାରତୀୟ ପୁରୁଷ ହକି ଦଳ ଅଧିନାୟକ ମନ୍‍ପ୍ରୀତ ସିଂହଙ୍କୁ ଆନ୍ତର୍ଜାତିକ ହକି ଫେଡେରେସନ ଗୁରୁବାର ୨୦୧୯ ବର୍ଷ ପାଇଁ ‘ପ୍ଲେୟର ଅଫ୍‍ ଦ ଇୟର୍‍‘ ସମ୍ମାନରେ ସମ୍ମାନୀତ କରିଛି । ମନ୍‍ପ୍ରୀତ ଏହି ସମ୍ମାନ ପାଇବାରେ ପ୍ରଥମ ଭାରତୀୟ ହେବାର ଗୌରବ ଅର୍ଜନ କରିଛନ୍ତି। ୧୯୯୯ ମସିହାରୁ ଏହି ସମ୍ମାନ ଦିଆଯାଇ ଆସୁଛି। ସେ ବେଲ୍‍ଜିୟମର ଆର୍ଦ୍ଦର ବାନ୍‍ ଡୋରେନ୍‍ ଓ ଆର୍ଜେଣ୍ଟିନାର ଲୁକ୍କାସ୍‍ ବିଲ୍ଲାଙ୍କୁ ପଛରେ ପକାଇ ଏହି ସମ୍ମାନ ଲାଭ କରିଛନ୍ତି। ଆର୍ଦ୍ଦର ଓ ଲୁକ୍କାସ୍‍ ଯଥାକ୍ରମେ ଦ୍ୱିତୀୟ ଓ ତୃତୀୟ ସ୍ଥାନ ଅଧିକାର କରିଛନ୍ତି।

Pic. Courtesy : Times of India

Comments are closed.