ମନୋଜ ଶର୍ମା, ପୂର୍ବତଟ ରେଳପଥର ନୂତନ ମହାପ୍ରବନ୍ଧକ

୧୯୮୫ ବ୍ୟାଚ୍ ର ଭାରତୀୟ ରେଳ ଇଞ୍ଜିନିୟରିଂ ସେବା (ଆଇଆରଏସ୍ଇ)ର ଅଧିକାରୀ ମନୋଜ ଶର୍ମା ମହାପ୍ରବନ୍ଧକ ଭାବରେ ପୂର୍ବ ତଟ ରେଳପଥରେ ଯୋଗ ଦେଇଛନ୍ତି।
ଏହା ପୂର୍ବରୁ ଶ୍ରୀ ଶର୍ମା ମୁମ୍ବାଇରେ କେନ୍ଦ୍ରୀୟ ରେଳବାଇ (ସିଆ) ର ମୁଖ୍ୟ ପ୍ରଶାସନିକ ଅଧିକାରୀ (ନିର୍ମାଣ) ଭାବରେ କାର୍ଯ୍ୟ କରୁଥିଲେ। ସେ ପଶ୍ଚିମ ରେଳବାଇରେ ଡିଭିଜନାଲ ରେଲୱେ ମ୍ୟାନେଜର (ଡିଆରଏମ) / ରତଲାମ, ଉତ୍ତର ରେଳବାଇରେ ମୁଖ୍ୟ ଇଞ୍ଜିନିୟର, ଭାରତର ଜାତୀୟ ରାଜପଥ ପ୍ରାଧିକରଣ (ଏନଏଚଏଆଇ), ଦିଲ୍ଲୀରେ ମୁଖ୍ୟ ଜେନେରାଲ ମ୍ୟାନେଜର,ଏବଂ ଲକ୍ଷ୍ନୌରେ ଅନୁସନ୍ଧାନ ଡିଜାଇନ୍ ଏବଂ ମାନକ ସଂଗଠନରେ ଯୁଗ୍ମ ନିର୍ଦ୍ଦେଶକ/ ନିର୍ଦ୍ଦେଶକ (ଆରଡିଏସଓ) ଭାବରେ ମଧ୍ୟ କାର୍ଯ୍ୟ କରିଥିଲେ।
ଶ୍ରୀ ଶର୍ମା ୧୯୮୭ରେ ଭାରତୀୟ ରେଳବାଇରେ ଯୋଗ ଦେଇଛନ୍ତି। ସେ ରୁରକି ବିଶ୍ୱବିଦ୍ୟାଳୟରୁ ସିଭିଲ୍ ଇଞ୍ଜିନିୟରିଂରେ ଡିଗ୍ରୀ ହାସଲ କରିଛନ୍ତି ଏବଂ ଆଇଆଇଟି, ଦିଲ୍ଲୀରୁ ଏମଟେକ୍ କରିଛନ୍ତି । ପ୍ରୋଜେକ୍ଟ ନିର୍ମାଣ ଏବଂ କାର୍ଯ୍ୟକ୍ଷମ କରିବାରେ ତାଙ୍କର ବହୁଳ ଅଭିଜ୍ଞତା ରହିଛି। ସେ ବିଭିନ୍ନ ମନ୍ତ୍ରଣାଳୟରେ, ଯେପରିକି ଆରଡିଏସଓ ,ଲକ୍ଷ୍ନୌ, ଏନଏଚଏଆଇ ଇତ୍ୟାଦି ଭଳି ବିଭିନ୍ନ ସରକାରୀ କ୍ଷେତ୍ରରେ ବିଭିନ୍ନ କ୍ଷମତାରେ କାର୍ଯ୍ୟ କରିଛନ୍ତି।
ଶ୍ରୀ ଶର୍ମା ଅତ୍ୟନ୍ତ ପ୍ରତିବଦ୍ଧ ଏବଂ ନିଷ୍ଠାପର ଅଧିକାରୀ ଏବଂ ତାଙ୍କର ଭାରତୀୟ ରେଳବାଇର କାର୍ଯ୍ୟ କାରିତା ଉପରେ ଉଜ୍ଜ୍ୱଳ ଜ୍ଞାନ ଏବଂ କାର୍ଯ୍ୟ ଦକ୍ଷତା ରହିଛି, ସକ୍ରିୟ ଆଭିମୁଖ୍ୟ ଏବଂ ସମସ୍ୟା ସମାଧାନ କୌଶଳ ରହିଛି, ସର୍ବଦା ଅତିରିକ୍ତ ଦାୟିତ୍ ବହନ କରିବାରେ ତତ୍ପର ରହିଥାନ୍ତି । ପ୍ରତ୍ୟେକ କାର୍ଯ୍ୟକୁ ଏକ ଆହ୍ୱାନ ଭାବରେ ଗ୍ରହଣ କରି ଶ୍ରୀ ଶର୍ମା ସର୍ବଦା ଭାରତୀୟ ରେଳବାଇର ଲକ୍ଷ୍ୟାଧର୍ଯ୍ୟ ପୂରଣ କରିବାରେ ଚେଷ୍ଟା କରିଥାନ୍ତି।
ଆଇଆଇଟି, ଦିଲ୍ଲୀରୁ ଏମଟେକବ୍ୟତୀତ, ଶ୍ରୀ ଶର୍ମା ବିଭିନ୍ନ ସରକାରୀ ସଂସ୍ଥାରେ ଏବଂ ମନ୍ତ୍ରଣାଳୟରେ ଭିନ୍ନ ଭିନ୍ନ କ୍ଷମତାରେ କାର୍ଯ୍ୟ କରୁଥିବାବେଳେ ବହୁ ବର୍ଷ ଧରି ସେହି ସବୁ କାର୍ଯ୍ୟ ଶୈଳୀର ଦକ୍ଷତା ଏବଂ ଅଭିଜ୍ଞତାକୁ ଏକାଠି କରିବାରେ ସଫଳ ହେଇଛନ୍ତି। ଏତଦବ୍ୟତୀତ ଶ୍ରୀ ଶର୍ମା ୨୦୧୧ ମସିହାରେ ଦିଲ୍ଲୀର ଇଣ୍ଡିଆନ୍ ଇନଷ୍ଟିଚ୍ୟୁଟ୍ ଅଫ୍ ପବ୍ଲିକ୍ ଆଡମିନିଷ୍ଟ୍ରେସନରୁ ତାଙ୍କର ପବ୍ଲିକ୍ ଆଡମିନିଷ୍ଟ୍ରେସନ୍ ପାଠ୍ୟକ୍ରମ ମଧ୍ୟ ସମ୍ପୂର୍ଣ କରିଛନ୍ତି।
Comments are closed.