କଂଗ୍ରେସ ବିଧାୟକ ପ୍ରାର୍ଥୀ ମନୋଜ ଜେନା ହତ୍ୟାକାଣ୍ଡର ମୁଖ୍ୟ ଅଭିଯୁକ୍ତ ଗିରଫ

ବ୍ରହ୍ମପୁର : ଆସିକା କଂଗ୍ରେସ ବିଧାୟକ ପ୍ରାର୍ଥୀ ମନୋଜ ଜେନା ହତ୍ୟାକାଣ୍ଡର ମୁଖ୍ୟ ଅଭିଯୁକ୍ତ ଭଗବାନ ସାହୁ ଓରଫ ଭାଲୁକୁ ପୁଲିସ ଶୁକ୍ରବାର ଗିରଫ କରିଛି । ଘଟଣାପରଠୁ ଦୀର୍ଘଦିନ ଧରି ଫେରାର ଥିବା ଭାଲୁକୁ ଶୁକ୍ରବାର ଭୁବନେଶ୍ୱରରୁ ଗିରଫ କରାଯାଇଥିବା ଏସଡ଼ିପିଓ ବିଷ୍ଣୁପ୍ରସାଦ ପତି କହିଛନ୍ତି । ମଦ ବ୍ୟବସାୟ ଓ ପୂର୍ବ ଶତ୍ରୁତାକୁ ନେଇ ହୋଇଥିବା ଏହି ହତ୍ୟା ଘଟଣାରେ ପୂର୍ବରୁ ୭ ଜଣ ଗିରଫ ହେଇସାରିଥିବା ବେଳେ ଆସିକାର ମଦ ବ୍ୟବସାୟୀ ଭାଲୁ ଫେରାର ରହି ପୁଲିସକୁ ନୟାନ୍ତ କରି ସାରିଥିଲା । ତା ନାମରେ ପୁଲିସ ଲୁକ ଆଉଟ ନୋଟିସ ସହ ଏନବିଡବ୍ଲୁ ଜାରି କରିଥିଲା । ମେ ୨୨ରେ ମନୋଜଙ୍କୁ ବ୍ରହ୍ମପୁର ନିକଟସ୍ଥ ଲାଞ୍ଜିପଲ୍ଲୀ ଠାରେ ଗୁଳି ମଦ ସହ ଛୁରୀ ମାରି ହତ୍ୟା କରାଯାଇଥିଲା ।

Comments are closed.