ପ୍ରଖ୍ୟାତ ସାହିତ୍ୟିକ ମନୋଜ ଦାସ ଅସୁସ୍ଥ

କଟକ: ଅନ୍ତର୍ଜାତୀୟ ଖ୍ୟାତିସମ୍ପନ୍ନ ତଥା ଶ୍ରୀମା-ଅରବିନ୍ଦ ଦର୍ଶନର ପ୍ରଖ୍ୟାତ ପ୍ରବକ୍ତା  ପଦ୍ମଭୂଷଣ ମନୋଜ ଦାସ୍ ଗୁରୁତର ଅସୁସ୍ଥ ହୋଇ ଚିକିତ୍ସିତ ହେଉଥିବା ଜଣାଯାଇଛି।  ପ୍ରାୟ ତିନିମାସ ତଳେ ପ୍ରଫେସର ଦାସଙ୍କ ହାତ ଭଙ୍ଗିଯିବାରୁ ସେହିଦିନଠାରୁ ସେ ପଡ଼ୁଚେରିସ୍ଥିତ ଆଶ୍ରମ ନର୍ସିଂ ହୋମ୍‌ରେ ଚିକିତ୍ସିିତ ହେଉଛନ୍ତି। ତେବେ ହାତର ପ୍ଲାଷ୍ଟର ​‌େ​‌ଖାଲା ଯାଇଥିବାବେଳେ  କିଛିଦିନ ହେବ ଅନାଚକ ତାଙ୍କର ସ୍ବାସ୍ଥ୍ୟାବସ୍ଥାରେ ଗୁରୁତର ଅନବତି ଦେଖାଯାଇଥିଲା। ଉଲ୍ଲେଖଯୋଗ୍ୟ ଯେ ୨୦୧୨ ମସିହାରେ ସେ ପୁରୁଷ ଗ୍ରନ୍ଥୀ କ୍ୟାନସରରେ ପୀଡ଼ିତ ହୋଇ ଚିକିତ୍ସିତ ହେଉଥିଲେ। ଉପଯୁକ୍ତ ଚିକିତ୍ସା ହେବାରୁ ଆଶାଜନକ ସୁଧାର ଆସିଥିଲା। ଏବେ ମାତ୍ରାଧିକ ଭାବେ ଦୁର୍ବଳ ହୋଇଯାଇଛନ୍ତି। ବେ​‌ଳେବେଳେ ତାଙ୍କର ଜ୍ବର ରହୁଛି ଏବଂ ଠିକ୍‌ରେ କଥାବାର୍ତ୍ତା ମଧ୍ୟ କରିପାରୁନାହାନ୍ତି।

ପ୍ରଫେସର ଦାସଙ୍କ ଝିଆରୀ ଡାକ୍ତର ସଂଘମିତ୍ରା ଦାସ ଓ ସ୍ବାସ୍ଥ୍ୟାବସ୍ଥା ବୁଝୁଥିବା ଅନୁପ କିଶୋର ଦାସଙ୍କ କହିବାନୁଯାୟୀ ତାଙ୍କ ଅବସ୍ଥା ବର୍ତ୍ତମାନ ସ୍ଥିର ରହିଛି ଓ ଏକ ଅଭିଜ୍ଞ ଡାକ୍ତରୀ ଦଳ ଦ୍ବାରା ଚିକିତ୍ସା କରାଯାଉଛି। ସେ ଡାକ୍ତର ଅଶୋକ କୁମାର ଦାସଙ୍କ ତତ୍ତ୍ବାବଧାନରେ ଚିକିତ୍ସିତ ହେଉଛନ୍ତି। ଇତିମଧ୍ୟରେ ରାଜ୍ୟ ସରକାରଙ୍କ ପକ୍ଷରୁ ଜନୈକ ସଚିବ ଡାକ୍ତର ଦାସଙ୍କୁ ଯୋଗାଯାଗ କରି ସ୍ବାସ୍ଥ୍ୟାବସ୍ଥା ବୁଝିବା ସହ ତାଙ୍କ ଚିକିତ୍ସାର ଖର୍ଚ୍ଚ ରାଜ୍ୟ ସରକାର ବହନ କରିବା ପାଇଁ  ଆଗ୍ରହ ପ୍ରକାଶ  କରିଥିବା ଜଣାଯାଇଛି। ମନୋଜପ୍ରେମୀ ଓ ବିଭିନ୍ନ ମହଲରେ ତାଙ୍କର ଆଶୁ ଆରୋଗ୍ୟ କାମନା କରାଯିବା ସହ ପ୍ରାର୍ଥନା କରାଯାଉଛି।

Comments are closed.