କେଜ୍ରିଓ୍ୱାଲ ମତେ ହତ୍ୟା କରିବା ପାଇଁ ଯୋଜନା କରିଥିଲେ , ମନୋଜ ତିଓ୍ୱାରି

0

ନୂଆଦିଲ୍ଲୀ . – ବିଜେପି ମୁଖ୍ୟ ମନୋଜ ତିଓ୍ୱାରି ଦିଲ୍ଲୀ ମୁଖ୍ୟମନ୍ତ୍ରୀ କେଜ୍ରିଓ୍ୱାଲଙ୍କ ବିରୋଧରେ ଏକ ଗୁକୁତର ଅଭିଯୋଗ ଆଣିଛନ୍ତି । କେଜ୍ରିଓ୍ୱାଲ ତାଙ୍କୁ ହତ୍ୟାକରିବା ପାଇଁ ଯୋଜନା କରୁଥିବା ମନୋଜ ଅଭିଯୋଗ କରିଛନ୍ତି । ଦିଲ୍ଲୀର ମୁଖ୍ୟମନ୍ତ୍ରୀ  ଅରବିନ୍ଦ କେଜ୍ରିଓ୍ୱାଲଙ୍କୁ ଜଣେ ଯୁବକ ଲଙ୍କା ଗୁଣ୍ଡ ଫିଙ୍ଗି ଆକ୍ରମଣ କରିବା ଘଟଣା ପରେ ସେ ଏପରି ମନ୍ତବ୍ୟ ଦେଇଛନ୍ତି ।

କେଜ୍ରିଓ୍ୱାଲ , ମନୋଜ ତିଓ୍ୱାରିଙ୍କ ବିରୋଧରେ ଲୋକଙ୍କ ମନରେ ଘୃଣା ଭାବ ସୃଷ୍ଟି କରିବାକୁ ,ଚେଷ୍ଟା କରୁଛନ୍ତି । ଲୋକମାନେ ଭିଡରେ ତାଙ୍କୁ ହତ୍ୟା  କରିବେ ବୋଲି ମନୋଜ ତିଓ୍ୱାରି ଅଭିଯୋଗ କରିଛନ୍ତି । କେଜ୍ରିଓ୍ୱାଲ ସରକାରର ବିଭିନ୍ନ କାରନାମାରେ ପର୍ଦ୍ଦାଫାଶ କରୁଥିବାରୁ କେଜ୍ରିଓ୍ୱାଲ ଏପରି କରୁଛନ୍ତି ବୋଲି ମନୋଜ ତିଓ୍ୱାରି ଅଭିଯୋଗ କରିଛନ୍ତି ।

Leave A Reply