ଓଡ଼ିଶା କ୍ୟାଡ଼ର ଆଇଏଏସ୍ ମନୋଜ ଆହୁଜା ସିବିଏସ୍ଇ ଅଧ୍ୟକ୍ଷ

ନୂଆଦିଲ୍ଲୀ:  ଓଡ଼ିଶା କ୍ୟାଡର ଆଇଏଏସ୍‌ ଅଫିସର ମନୋଜ ଆହୁଜାଙ୍କୁ ସେଣ୍ଟ୍ରାଲ ବୋର୍ଡ ଅଫ ସେକେଣ୍ଡାରୀ ଏଡୁକେସନ(ସିବିଏସ୍ଇ)ର ଅଧ୍ୟକ୍ଷ ଭାବେ ନିଯୁକ୍ତି ଦେଇଛନ୍ତି କେନ୍ଦ୍ର ସରକାର । ଏହା ପୂର୍ବରୁ ସେ ମସୌରୀସ୍ଥିତ  ଲାଲ ବାହାଦୂର ଶାସ୍ତ୍ରୀ ନ୍ୟାସନାଲ ଏକାଡେମୀ ଆଡମିନଷ୍ଟ୍ରେସନର ସ୍ୱତନ୍ତ୍ର ନିର୍ଦ୍ଦେଶକ ଭାବେ କାର୍ଯ୍ୟ କରୁଥିଲେ । ୧୯୯୦ ବ୍ୟାଚ ଓଡ଼ିଶା କ୍ୟାଡରର ଆଇଏଏସ ଅଫିସର ଶ୍ରୀ ଆହୁଜା ଓଡ଼ିଶାରେ ବହୁ କୃଷି, ଶିଳ୍ପ ପରି ବିଭିନ୍ନ ବିଭାଗର ପ୍ରମୁଖ ସଚିବ ଭାବରେ କାର୍ଯ୍ୟ କରିଥିଲେ । ସେ ଓ ତାଙ୍କର ପତ୍ନୀ ଆରତୀ ଆହୁଜା ଉଭୟ ଏବେ କେନ୍ଦ୍ରୀୟ ଡ଼େପୁଟେସନରେ ଅଛନ୍ତି । ତାଙ୍କର ପତ୍ନୀ ଆରତୀ ଆହୁଜା ଏବେ କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରଣାଳୟରେ ଅତିରିକ୍ତ ସଚିବ ଅଛନ୍ତି ।

Comments are closed.