ନାଏକ ସାର୍, ମ୍ୟାନ ଅନ୍ ଏ ମିଶନ୍: ଓଡ଼ିଶାର ସିଲୁ ନାଏକଙ୍କୁ ପ୍ରଶଂସା କଲେ ମୋଦୀ

ନାଏକ ସାର୍ମ୍ୟାନ ଅନ୍ ଏ ମିଶନ୍

ଆଜି ମନ କି ବାତରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓଡ଼ିଶାର ଜଗତସିଂହପୁର ଜିଲ୍ଲା ଅରାଖୁଡ଼ାର ନାଏକ ସାର୍ (ସିଲୁ ନାଏକ)ଙ୍କ ବିଷୟରେ କହିଛନ୍ତି। ବାସ୍ତବରେ ସେ ଜଣେ ମ୍ୟାନ ଅନ୍ ଏ ମିଶନ୍ ବୋଲି ଶ୍ରୀ ମୋଦି କହିଛନ୍ତି। ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ସେ ସେହି ଯୁବବର୍ଗଙ୍କୁ ପ୍ରଶିକ୍ଷଣ ପ୍ରଦାନ କରୁଛନ୍ତି ଯେଉଁମାନେ ସୈନ୍ୟବାହିନୀରେ ଯୋଗ ଦେବା ପାଇଁ ଆଗ୍ରହୀ। ନାଏକ ସାର୍‌ଙ୍କ ଅନୁଷ୍ଠାନର ନାମ ହେଉଛି ମହାଗୁରୁ ବାଟାଲିଅନ୍। ଏଥିରେ ଫିଜିକାଲ୍ ଫିଟ୍‌ନେସ୍‌ଠାରୁ ଆରମ୍ଭ କରି ସାକ୍ଷାତକାର ପର୍ୟ୍ୟନ୍ତ ଏବଂ ଲେଖାଲେଖିଠାରୁ ଆରମ୍ଭ କରି ତାଲିମ ପର୍ୟ୍ୟନ୍ତ ସମସ୍ତ ଦିଗ ଉପରେ ଶିକ୍ଷା ଦିଆଯାଉଛି।

ପ୍ରଧାନମନ୍ତ୍ରୀ କହିଛନ୍ତି, ସେ ଯେଉଁମାନଙ୍କୁ ତାଲିମ ପ୍ରଦାନ କରିଛନ୍ତି ସେମାନେ ସ୍ଥଳସେନା, ନୌସେନା, ବାୟୁସେନା, ସିଆର୍‌ପିଏଫ୍‌, ବିଏସ୍‌ଏଫ୍ ଭଳି ସୁରକ୍ଷା ବାହିନୀରେ ନିଜର ସ୍ଥାନ ସୃଷ୍ଟି କରିପାରିଛନ୍ତି। ସିଲୁ ନାଏକ ନିଜେ ଓଡ଼ିଶା ପୁଲିସ ଚାକିରିରେ ଯୋଗ ଦେବା ପାଇଁ ଚେଷ୍ଟା କରିଥିଲେ, କିନ୍ତୁ ସେଥିରେ ତାଙ୍କୁ ସଫଳତା ମିଳି ନ ଥିଲା। ଏହା ସତ୍ୱେ, ସେ ନିଜ ପ୍ରଶିକ୍ଷଣ ଦ୍ୱାରା ଅନେକ ଯୁବକଙ୍କୁ ଦେଶସେବା ପାଇଁ ଯୋଗ୍ୟ କରିପାରିଛନ୍ତି। ସମସ୍ତେ ମିଶି ନାଏକ ସାରଙ୍କୁ ଶୁଭେଚ୍ଛା ଜଣାଇବା ଯାହାଫଳରେ ସେ ଆମ ଦେଶ ପାଇଁ ଆହୁରି ଅନେକ ନାୟକ ଗଢ଼ିପାରିବେ ବୋଲି ମୋଦୀ କହିଛନ୍ତି।

Comments are closed.