ଜୁନ ୩୦ରେ ମୋଦୀଙ୍କ ‘ମନ୍‍ କୀ ବାତ୍‍’

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଜୁନ ୩୦ ରବିବାର ଦିନ ୧୧ଟାବେଳେ ଆକାଶବାଣୀର ମନ୍‍ କୀ ବାତ୍‍ କାର୍ଯ୍ୟକ୍ରମରେ ଦେଶ ବିଦେଶର ଲୋକମାନଙ୍କୁ ଉଦ୍‍ବୋଧନ ଦେବେ। ଏହା ତାଙ୍କର ମାସିକିଆ ୫୪ତମ ସଂସ୍କରଣ। my gov open forumରେ ପ୍ରଧାନମନ୍ତ୍ରୀ କହିଛନ୍ତି, ବିଭିନ୍ନ ପ୍ରସଙ୍ଗ ଉପରେ ତାଙ୍କ ମନର କଥା ସେ ଲୋକମାନଙ୍କୁ ଜଣାଇବା ପାଇଁ ଉତ୍କଣ୍ଠାର ସହ ଅପେକ୍ଷା କରିଛନ୍ତି।

ମୋଦୀ ଜନସାଧାରଣଙ୍କଠାରୁ ମଧ୍ୟ ମତାମତ ଲୋଡ଼ିଛନ୍ତି। my gov open forum କିମ୍ବା ୧୮୦୦-୧୧-୭୮୧୧ ନମ୍ବରକୁ ଫୋନ୍‍ କରି ହିନ୍ଦୀ ଓ ଇଂରାଜୀ ଭାଷାରେ ଜନସାଧାରଣ ପ୍ରଧାନମନ୍ତ୍ରୀଙ୍କୁ ବାର୍ତ୍ତା ପଠାଇ ପାରିବେ। ରେକର୍ଡ଼ କରାଯାଇଥିବା କେତେକ ବାର୍ତ୍ତାକୁ ମଧ୍ୟ ମନ୍‍ କୀ ବାତ୍‍ କାର୍ଯ୍ୟକ୍ରମର ଅଂଶବିଶେଷ ଭାବେ ପ୍ରସାରଣ କରାଯିବ। ଜନସାଧାରଣ ୧୯୨୨ ନମ୍ବରକୁ ମିସ୍‍ଡ୍‍ କଲ୍‍ କରି ଲିଙ୍କ୍‍ ପାଇଲା ପରେ ଏସ୍‍.ଏମ୍‍.ଏସ୍‍. ଜରିଆରେ ମଧ୍ୟ ମତାମତ ପଠାଇପାରିବେ।

Comments
Loading...