ମନ୍‌ କୀ ବାତରେ ପ୍ରଧାନମନ୍ତ୍ରୀଙ୍କ ୧୦ ବଡ଼ କଥା

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ନିଜର ରେଡିଓ କାର୍ଯ୍ୟକ୍ରମ ମନ କ ବାତ୍‌ ଜରିଆରେ ରବିବାର ଦେଶବାସୀଙ୍କୁ ସମ୍ବୋଧିତ କରିଛନ୍ତି। ଏହି ସମୟରେ ପ୍ରଧାନମନ୍ତ୍ରୀ କରୋନା ମହାମାରୀ ବିରୋଧୀ ଲଢ଼େଇରେ ସାମିଲ ହୋଇଥିବା ଆଗଧାଡ଼ିର ଯୋଦ୍ଧା ତଥା ଡାକ୍ତରମାନଙ୍କୁ ଧନ୍ୟବାଦ ଦେଇଥିଲେ। ପ୍ରଧାନମନ୍ତ୍ରୀ କହିଥିଲେ, ୧୦୦ ବର୍ଷ ପରେ ବିଶ୍ବ ଏଭଳି ମହାମାରୀ ଦେଖୁଛି, କିନ୍ତୁ ଭାରତ ଦୃଢ଼ତାର ସହିତ ଏହାର ମୁକାବିଲା କରୁଛି। ପ୍ରଧାନମନ୍ତ୍ରୀ ଦୁଇ ଗଜ ଦୂରତା ଏବଂ ମାସ୍କର ଆବଶ୍ୟକତା ମନ୍ତ୍ର ଉପରେ ବି ଗୁରୁତ୍ଵ ଦେଇଛନ୍ତି।

ମନ୍‌ କୀ ବାତ୍‌ର ୭୭ତମ ସଂସ୍କରଣରେ ମୋଦୀ ୧୦ଟି ପ୍ରସଙ୍ଗ ଉପରେ ଅଧିକ ଗୁରୁତ୍ବ ଦେଇଥିଲେ।

-ପ୍ରଧାନମନ୍ତ୍ରୀ କହିଥିଲେ ଆମେ ପ୍ରଥମ ତରଙ୍ଗରେ ଦୃଢ଼ ବିଶ୍ଵାସ ସହିତ ଲଢ଼େଇ କରିଥିଲେ, ଏଥର ବି ଭୂତାଣୁ ବିରୋଧରେ ଚାଲିଥିବା ଲଢ଼େଇରେ ଭାରତ ବିଜୟୀ ହେବ। ଦୁଇ ଗଜ ଦୂରତା ଏବଂ ମାସ୍କ ସହିତ ଜଡ଼ିତ ନିୟମ ହେଉ ବା ଟିକାକରଣ, ଆମକୁ ଅବହେଳା କରିବା ଅନୁଚିତ। ଏହା ଆମ ବିଜୟର ରାସ୍ତା।

-ରାଜ୍ୟ ସରକାର ଏବଂ ସ୍ଥାନୀୟ ପ୍ରଶାସନ ସମସ୍ତେ ମିଳିମିଶି ଏହି ବିପଦର ସାମ୍ନା କରିବାକୁ ଲାଗିପଡ଼ିଛନ୍ତି। ଯେଉଁମାନେ ନିଜର ପରିଜନମାନଙ୍କୁ ମହାମାରୀରେ ହରାଇଛନ୍ତି ସେମାନଙ୍କୁ ସମବେଦନା ଜଣାଉଛି।

– କରୋନାର ପ୍ରାରମ୍ଭରେ ଦେଶରେ ମାତ୍ର ଗୋଟିଏ ପରୀକ୍ଷାଗାର ଥିଲା, କିନ୍ତୁ ଆଜି ୨୫୦୦ ପରୀକ୍ଷାଗାର କାର୍ଯ୍ୟ କରୁଛି। ଆରମ୍ଭରୁ ଏକସଙ୍ଗେ ୧୦୦ ପରୀକ୍ଷା ହେଉଥିଲା, କିନ୍ତୁ ଏବେ ୨୦ ଲକ୍ଷ ପରୀକ୍ଷା ଏକସଙ୍ଗେ ହେଉଛି। ବର୍ତ୍ତମାନ ସୁଦ୍ଧା ଦେଶରେ ୩୩ କୋଟିରୁ ଅଧିକ ଲୋକଙ୍କର କରୋନା ପରୀକ୍ଷା ହୋଇସାରିଛି।

– ଗତ ୧୦ ଦିନରେ ଦେଶ ୨ଟି ବଡ଼ ବାତ୍ୟା ତାଉତେ ଏବଂ ୟାସକୁ ସାମ୍ନା କରିଛି। ଦେଶ ଏବଂ ଦେଶବାସୀ ଏଗୁଡ଼ିକ ସହିତ ପୂରା ଶକ୍ତି ଲଗାଇ ଲଢ଼ିଲେ ଏବଂ ଅତି କମ୍‌ ଜନହାନୀ ସୁନିଶ୍ଚିତ କରିଥିଲେ।

– ଆମ ଦେଶରେ ଏତେ ବଡ଼ ସଙ୍କଟ ଆସିଲା। ସମସ୍ତ ବ୍ୟବସ୍ଥା ଉପରେ ଏହାର ପ୍ରଭାବ ପଡ଼ିଲା। କୃଷି ବ୍ୟବସ୍ଥା ନିଜକୁ ଏଥିରୁ ଅନେକ ବାଟ ପର୍ଯ୍ୟନ୍ତ ସୁରକ୍ଷିତ ରଖିପାରିଛି। କେବଳ ସୁରକ୍ଷିତ ରଖିନାହିଁ, ପ୍ରଗତି କରଛି ଏବଂ ଆଗକୁ ବଢ଼ିଛି।

– କେନ୍ଦ୍ରରେ ସରକାରର ୭ବର୍ଷ ପୂରଣ ହୋଇଥିବାରୁ ପ୍ରଧାନମନ୍ତ୍ରୀ କହିଥିଲେ ଏହି ବର୍ଷଗୁଡ଼ିକରେଦେଶ ସବକା ସାଥ, ସବ୍‌କା ବିକାଶ, ସବ୍‌କା ବିଶ୍ଵାସ ମନ୍ତ୍ରରେ ଚାଲିଛି।

– ଏହି ୭ ବର୍ଷରେ ଆମେ ମିଳିମିଶି ଅନେକ କଠିନ ପରୀକ୍ଷା ଦେଇଛେି ଏବଂ ପ୍ରତିଥର ଆମେ ସମସ୍ତେ ମଜଭୁତ ହୋଇଛେ।

-ଏହି ୭ବର୍ଷରେ ଦେଶର ଅନେକ ପୁରୁଣା ବିବାଦ ଶାନ୍ତି ଏବଂ ସୌହାର୍ଦ୍ଦ୍ୟପୂର୍ଣ୍ଣ ବାତାବରଣ ମଧ୍ୟରେ ସମାଧାନ କରାଯାଇଛି। ପୂର୍ବାଞ୍ଚଳଠାରୁ ଆରମ୍ଭ କରି କାଶ୍ମୀର ପର୍ଯ୍ୟନ୍ତ ଶାନ୍ତି ଏବଂ ବିକାଶର ଏକ ନୂଆ ଭରସା ଉଜାଗର ହୋଇଛି।

-ପ୍ରଧାନମନ୍ତ୍ରୀ ସଫଳତା ବଖାଣି କହିଛନ୍ତି, ଯେତେବେଳେ ଆମେ ଦେଖୁଛେ ଯେ ଭାରତ ଅନ୍ୟ ଦେଶର ଚିନ୍ତାଧାରା ଏବଂ ଚାପରେ ନାହିଁ, ବରଂ ନିଜ ସଙ୍କଳ୍ପରେ ଚାଲିଛି, ସେତେବେଳେ ଆମ ସମସ୍ତଙ୍କୁ ଗର୍ବ ଅନୁଭବ ହେଉଛି। ଯେତେବେଳେ ଆମେ ଦେଖୁଛେ ଯେ ଏବେ ଭାରତ ଆମ ବିରୋଧରେ ଷଡ଼ଯନ୍ତ୍ର କରୁଥିବା ଦେଶକୁ କଡ଼ା ଜବାବ ଦେଉଛି, ସେତେବେଳେ ଆମର ଆତ୍ମବିଶ୍ଵାସ ଆହୁରି ବଢ଼ିଯାଉଛି।

-ପ୍ରଧାନମନ୍ତ୍ରୀ କହିଥିଲେ ଯେ, ଯେତେବେଳେ ଭାରତ ରାଷ୍ଟ୍ରୀୟ ସୁରକ୍ଷା ପ୍ରସଙ୍ଗରେ ସାଲିସ କରେନାହିଁ, ଯେତେବେଳେ ଆମ ସେନାଗୁଡ଼ିକର ଶକ୍ତି ବଢ଼ୁଛି, ସେତେବେଳେ ଆମକୁ ଲାଗିଥାଏ ଯେ, ହଁ ଆମେ ଠିକ୍‌ ରାସ୍ତାରେ ଚାଲିଛେ।

Comments are closed.