ଇତିହାସରେ କେବେ ବି ମନମୋହନ ସିଂହକୁ ଭୁଲ ଦର୍ଶାଯିବ ନାହିଁ : ଅନୁପମ ଖେର

0

ମୁମ୍ବଇ : ଅଭିନେତା ଅନୁପମ ଖେରଙ୍କ ଅଭିନୀତ ଚଳଚ୍ଚିତ୍ର ତଥା ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂହଙ୍କ କାର୍ଯ୍ୟକାଳ ଜୀବନକାହାଣୀକୁ ନେଇ ନିର୍ମିତ ଚଳଚ୍ଚିତ୍ର ‘ଦ ଆକ୍ସଡେଣ୍ଟାଲ ପ୍ରାଇମ ମିନିଷ୍ଟର’ର ସୁଟିଂ ସରିଥିବା ଅନୁପମ ଖେର ସୂଚନା ଦେଇଛନ୍ତି। ଅଭିନେତା ଅନୁପମ ରେ ଚଳଚ୍ଚିତ୍ରର ଶେଷ ଭାଗ ସୁଟିଂର କିଛି ଅଂଶ ଟୁଇଟରରେ ସେୟାର କରିଛନ୍ତି। ଏକ ବର୍ଷ ଧରି ଅନୁପମ ଏହି ଚଳଚ୍ଚିତ୍ରର ସୁଟିଂ କରୁଥିବା ଜଣାପଡିଛି। ଏହି ଚଳଚ୍ଚିତ୍ରରେ ଅଭିନୟ କରିବାଦ୍ୱାରା ବହୁ ଅଭିଜ୍ଞତା ହାସଲ କରିଥିବା ସେ କହିଛନ୍ତି। ଇତିହାସ କେବେ ବି ମନମୋହନ ସିଂକୁ ଭୁଲ ଦର୍ଶାଯିବ ନାହିଁ ବୋଲି ଅନୁପନ କହିଛନ୍ତି।
ସୂଚନାଯୋଗ୍ୟ ଯେ, ଏହି ଚଳଚ୍ଚିତ୍ର ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂହଙ୍କ ପ୍ରଧାନମନ୍ତ୍ରୀ ସମୟକୁ ନେଇ ନିର୍ମାଣ କରାଯାଇଛି। ଚଳଚ୍ଚିତ୍ରରେ ମନମୋହନ ସିଂହଙ୍କ ଭୂମିକାରେ ଅଭିନେତା ଅନୁପମ ଖେର ଅଭିନୟ କରିଥିବା ବେଳେ ୟୁପିଏ ଅଧ୍ୟକ୍ଷ ସୋନିଆ ଗାନ୍ଧୀଙ୍କ ଚିରିତ୍ରରେ ଅଭିନେତ୍ରୀ ସୂଜେନ ବର୍ନର୍ଟ ଅଭିନୟ କରିଛନ୍ତି।

Leave A Reply