ମନମୋହନ ସିଂହ ତିନି ଥର ସର୍ଜିକାଲ ଷ୍ଟ୍ରାଇକ କରାଇଥିଲେ : ରାହୁଲ ଗାନ୍ଧୀ

0

ନୂଆଦିଲ୍ଲୀ : ଭାରତୀୟ ଜାତୀୟ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ରାଜସ୍ଥାନ ଉଦୟପୁରର ଏକ ନିର୍ବାଚନୀ ସଭାରେ ସର୍ଜିକାଲ ଷ୍ଟ୍ରାଇକକୁ ନେଇ ବଡ ଖୁଲାସା କରିଛନ୍ତି। ରାହୁଲ କହିଛନ୍ତି ମନମୋହନ ସିଂହ ପ୍ରଧାନମନ୍ତ୍ରୀ କାର୍ଯ୍ୟକାଳରେ ତିନି ଥର ସର୍ଜିକାଲ ଷ୍ଟ୍ରାଇକ ହୋଇଥିଲା। ବର୍ତ୍ତମାନର ମୋଦୀ ସରକାର ପରି ସେନାର ବୀରତ୍ୱକୁ ନେଇ ରାଜନୀତି କଂଗ୍ରେସ କେବେ କରିନଥିବା ରାହୁଲ ଗାନ୍ଧୀ କହିଛନ୍ତି।
ସେ ଆହୁରୀ କହିଛନ୍ତି ମନମୋହନ ସିଂହ ପ୍ରଧାନମନ୍ତ୍ରୀ ଥିବା ସମୟରେ ବିଦେଶ ମାଟିରେ ତିନିଥର ସର୍ଜିକାଲ ଷ୍ଟ୍ରାଇକ ହୋଇଥିଲା। କିନ୍ତୁ ମୋଦୀ ସେନାର ଏହି ସର୍ଜିକାଲ ଷ୍ଟ୍ରାଇକକୁ ନିର୍ବାଚନୀ ପ୍ରଚାର କରୁଛନ୍ତି।ଏହା ସେନା ମାନଙ୍କ ପ୍ରତି ଅପମାନ ବୋଲି ରାହୁଲ କହିଛନ୍ତି।
ରାହୁଲ ଗାନ୍ଧୀଙ୍କ ଏହି ମନ୍ତବ୍ୟକୁ ନେଇ ବିଜେପି ଅଧ୍ୟକ୍ଷ ଅମିତ ଶାହ ରାହୁଲଙ୍କୁ କଡା ସମାଲୋଚନା କରିଛନ୍ତି। ଅମିତ ଶାହ କହିଛନ୍ତି ସର୍ଜିକାଲ ଷ୍ଟ୍ରାଇକ ଉପରେ ରାହୁଲ ଗାନ୍ଧୀଙ୍କ ଟିପ୍ପଣୀ ଭାରତୀୟ ସେନାଙ୍କ ପ୍ରତି ଅପମାନ। ଭାରତୀୟ ସେନା ଜାଣିଛି ଯେ ସରକାର ସେନାଙ୍କ ପାଇଁ ସବୁବେଳେ ପୁର୍ଣ୍ଣ ସମର୍ଥନ ରହିଆସିଛି। ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହ ଏକ ନିର୍ବାଚନ ସଭାରେ ଏହା କହିଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସହିଦ୍‍ ଯବାନ ମାନଙ୍କ ପ୍ରତିଶୋଧ ନେବାପାଇଁ ସର୍ଜିକାଲ ଷ୍ଟ୍ରାଇକ କରାଇଥିଲେ। ଯାହାକୁ କଂଗ୍ରେସ ସହି ନପାରି ଏପରି କହୁଥିବା ଅମିତ ଶାହ କହିଛନ୍ତି।

Leave A Reply