ଚିଦାମ୍ବରମଙ୍କୁ ତିହାର ଜେଲରେ ଭେଟିଲେ ମନମୋହନ, ସୋନିଆ

ନୂଆଦିଲ୍ଲୀ: କଂଗ୍ରେସର ଅନ୍ତରୀଣ ଅଧ୍ୟକ୍ଷ ସୋନିଆ ଗାନ୍ଧୀ ଏବଂ ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂହ ଦଳର ବରିଷ୍ଠ ନେତା ତଥା ପୂର୍ବତନ ଅର୍ଥମନ୍ତ୍ରୀ ପି. ଚିଦାମ୍ବରମଙ୍କୁ ସୋମବାର ତିହାର ଜେଲରେ ଭେଟିଛନ୍ତି। ଆଇଏନଏକ୍ସ ମିଡିଆ ଦୁର୍ନୀତି ମାମଲାର ଅଭିଯୁକ୍ତ ଚିଦାମ୍ବରମଙ୍କୁ ସିବିଆଇ ଗିରଫ କରିବା ପରେ କୋର୍ଟ ତାଙ୍କୁ ତିହାର ଜେଲ ପଠାଇଦେଇଛି। ସୋମବାର ସକାଳେ ମନମୋହନ ଏବଂ ସୋନିଆ ତିହାର ଜେଲରେ ପହଞ୍ଚିବା ପରେ ଚିଦାମ୍ବରମଙ୍କ ପୁଅ ତଥା କଂଗ୍ରେସ ଏମପି କାର୍ତ୍ତି ତିଦାମ୍ବରମ ମଧ୍ୟ ପହଞ୍ଚିଥିଲେ। ଜେଲରେ ଚିଦାମ୍ବରମଙ୍କୁ ଭେଟିବା ପରେ କାର୍ତ୍ତି କହିଥିଲେ, କଂଗ୍ରେସ ଅଧ୍ୟକ୍ଷ ସୋନିଆ ଗାନ୍ଧୀ ଏବଂ ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂହ ତାଙ୍କ ବାପାଙ୍କୁ ଭେଟିବାକୁ ଜେଲକୁ ଆସିବା ସହ ବାପାଙ୍କୁ ସମର୍ଥନ କରିଥିବାରୁ ସେ ଉଭୟଙ୍କ ପ୍ରତି କୃତଜ୍ଞତା ଜଣାଉଛନ୍ତି। ଚିଦାମ୍ବରମ ୨୦୦୭ରେ ଅର୍ଥମନ୍ତ୍ରୀ ଥିବାବେଳେ ଲାଞ୍ଚ ନେଇ ଆଇଏନଏକ୍ସ ମିଡିଆକୁ ୩୦୫ କୋଟି ଟଙ୍କା ନେବା ପାଇଁ ବିଦେଶୀ ନିବେଶ ପ୍ରୋତ୍ସାହନ ବୋର୍ଡରୁ ମଞ୍ଜୁରୀ ପ୍ରଦାନ କରିଥିଲେ। ଏହି ମାମଲାରେ ଚିଦାମ୍ବରମଙ୍କ ସମ୍ପୃକ୍ତି ଥିବା ଅଭିଯୋଗରେ ସିବିଆଇ ଏବଂ ଇଡି ତଦନ୍ତ କରୁଛନ୍ତି।

Comments are closed.