ମଞ୍ଜୁ ଗଞ୍ଜୁ ଓ ଜ୍ୟୋତି କୁମାରୀ ଜାତୀୟ ମହିଳା ଦଳ ଶିବିର ପାଇଁ ମନୋନୀତ

ଭୁବନେଶ୍ବର: ସର୍ବ ଭାରତୀୟ ଫୁଟବଲ୍ ମହାସଂଘ ପକ୍ଷରୁ ଦୁଇ ଜଣ ଯୁବ ଓଡ଼ିଆ ଫୁଟବଳ ଖେଳାଳିଙ୍କୁ ଜାତୀୟ ମହିଳା ଦଳ ଶିବିର ପାଇଁ ମନୋନୀତ କରିଛନ୍ତି। ଗୋଆରେ ଅନୁଷ୍ଠିତ ହେବାକୁ ଥିବା ୧୭ ବର୍ଷରୁ କମ୍ ବର୍ଗରେ ଜାତୀୟ ମହିଳା ଦଳ ଶିବିରରେ ଓଡ଼ିଆ ଝିଅ ମଞ୍ଜୁ ଗଞ୍ଜୁ ଓ ଜ୍ୟୋତି କୁମାରୀ ଯୋଗ ଦେବେ ବୋଲି ଫୁଟବଲ୍ ମହାସଂଘ ସୂଚନା ଦେଇଛି। ଏହି ଶିବିର ଗୋଆରେ ୨୦ ଜୁଲାଇ ୨୦୨୦ରୁ ୩୧ ଅଗଷ୍ଟ ୨୦୨୦ ପର୍ଯ୍ୟନ୍ତ ଅନୁଷ୍ଠିତ ହେବ। ସୁନ୍ଦରଗଡ଼ ସ୍ପୋର୍ଟ୍ସ ହଷ୍ଟେଲ୍ର ମଞ୍ଜୁ ଗଞ୍ଜୁ ଗୋଲ୍କିପର ଖେଳୁଥିବାବେଳେ କଟକ ସାଇ ଏସ୍ଟିସିର ଜ୍ୟୋତି କୁମାରୀ ଡିଫେଣ୍ଡର୍ ଭାବେ ଖେଳୁଛନ୍ତି। ଜାତୀୟ ଦଳ ଶିବିର ପାଇଁ ମନୋନୀତ ହୋଇଥିବାରୁ ଏହି ଦୁଇ ଉଦୀୟମାନ ଖେଳାଳିଙ୍କୁ ଓଡ଼ିଶା ଫୁଟବଲ୍ ମହାଂସଘର ସମ୍ପାଦକ ଆଶୀର୍ବାଦ ବେହେରା ଏବଂ ସମସ୍ତ କର୍ମକର୍ତ୍ତା ଶୁଭଚ୍ଛା ଜଣାଇଛନ୍ତି।