୮୦୦ମି ଦୌଡରେ ମନଜିତଙ୍କୁ ସ୍ୱର୍ଣ୍ଣ : ୫୬ ବର୍ଷରେ ପ୍ରଥମ

0

ଜାକର୍ତ୍ତା : ଏସିଆନ ଗେମ୍ସରେ ଭାରତ ନିଜର ୯ମ ସ୍ୱର୍ଣ୍ଣ ପଦକ ଜିତି ସାରିଛି। ୮୦୦ମି ଦୌଡରେ ମନଜିତ ସିଂ ସ୍ୱର୍ଣ୍ଣ ପଦକ ହାସଲ କରିଛନ୍ତି। ଏହି ଦୌଡରେ ଭାରତର ଜିନସନ ଜନସନ ଦ୍ୱିତୀୟ ସ୍ଥାନରେ ରହି ରୋପ୍ୟ ପଦକ ଅକ୍ତଆର କରିଛନ୍ତି। ମନଜିତ ଏକ ମିନିଟ ୪୬.୩୫ସେକେଣ୍ଡରେ ଅତିକ୍ରମ କରିଥିବା ସମୟରେ, ଜନସନ ଏକ ମିନିଟ ୪୬.୩୫ ସେକେଣ୍ଡରେ ପହଞ୍ଚିଥିଲେ।
୧୯୬୨ ମସିହା ପରେ ପୁଣିଥରେ ଭାରତ ଆଥଲେଟିକ୍‍ରେ ଉଭୟ ସ୍ୱର୍ଣ୍ଣ ଓ ରୋପ୍ୟ ପଦକ ହାସଲ କରିଛି। ଦଶମ ଦିନରେ ଭାରତ ଅନ୍ୟ ଏକ ସ୍ୱର୍ଣ୍ଣ ପଦକ ଜିତିବାରେ ସଫଳ ହୋଇଛି। ବର୍ତ୍ତମାନ ସୁଦ୍ଧା ଭାରତ ୯ଟି ସ୍ୱର୍ଣ୍ଣ, ୧୮ଟି ରୋପ୍ୟ, ୨୨ କାଂସ୍ୟ ପଦକ ସହ ସମୁଦାୟ ୪୯ଟି ପଦକ ଜିତିଛି। ଏହା ଆଥଲେଟିକରେ ଭାରତର ତୃତୀୟ ସ୍ୱର୍ଣ୍ଣ। ଏହାପୂର୍ବରୁ ସଟଫୁଟରେ ତେଜନ୍ଦରପାଲ ସିଂ ଓ ଜେଭଲିନ ଥ୍ରୋରେ ନୀରଜ ଚୋପ୍ରା ସ୍ୱର୍ଣ୍ଣ ପଦକ ଜିତିଥିଲେ।

Leave A Reply