ବିହାରରେ ନୀତିଶ ବିରୋଧୀ ‘ମହାଗଠବନ୍ଧନ’ ଛାଡ଼ିଲେ ଜୀତନ ରାମ ମାଞ୍ଝି

ନୂଆଦିଲ୍ଲୀ: ରାଜ୍ୟ ବିଧାନସଭା ନିର୍ବାଚନ ଯେତେ ପାଖେଇ ଆସୁଛି, ବିହାର ରାଜନୀତି ସେତେ ସରଗରମ ହେବାରେ ଲାଗିଛି । ଦିନକ ତଳେ ଜେଡ଼ିୟୁର ଜଣେ ମନ୍ତ୍ରୀ ଦଳ ଛାଡ଼ି ଲାଲୁ ଯାଦବଙ୍କ ରାଷ୍ଟ୍ରୀୟ ଜନତା ଦଳରେ ସାମିଲ ହୋଇଥିବାବେଳେ ଲାଲୁ ଯାଦବଙ୍କ ସମୁଦି ଚନ୍ଦ୍ରିକା ରାୟ ଜେଡ଼ିୟୁରେ ସାମିଲ ହେବା ଘୋଷଣା କରିଥିଲେ । ଅନ୍ୟପକ୍ଷରେ ଆଜି ପୂର୍ବତନ ମୁଖ୍ୟମନ୍ତ୍ରୀ ଜୀତନ ରାମ ମାଞ୍ଝି ରାଷ୍ଟ୍ରୀୟ ଜନତାଦଳ ନେତୃତ୍ବାଧୀନ ‘ମହାଗଠନବନ୍ଧନ’ ଛାଡ଼ିବାକୁ ଘୋଷଣା କରିଛନ୍ତି ।

ଦଳର କୋର କମିଟି ବୈଠକରେ ଏ ସମ୍ପର୍କରେ ନିଷ୍ପତ୍ତି ନିଆଯାଇଥିବା କୁହାଯାଇଛି । ତେବେ ପୂର୍ବରୁ ଶ୍ରୀ ମାଞ୍ଝି କୁଆଡ଼େ ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାରଙ୍କ ସହ ଯୋଗାଯୋଗରେ ଥିଲେ ଓ ଆବଶ୍ୟକ ପଡ଼ିଲେ ତାଙ୍କର ହିନ୍ଦୁସ୍ଥାନ ଓବାମ ମୋର୍ଚା ପାର୍ଟି ପୂର୍ଣ୍ଣତଃ ଜେଡ଼ିୟୁରେ ବିଲୀନ ହୋଇଯାଇପାରେ ବୋଲି କୁହାଯାଉଛି । ତେବେ ଶ୍ରୀ ମାଞ୍ଝି ସତରେ ଜେଡ଼ିୟୁରେ ମିଶିବେ କି ନାହିଁ ତାହା ସ୍ପଷ୍ଟ ହୋଇ ନାହିଁ ।

Comments are closed.