ମମିତା ମେହେର ହତ୍ୟାକାଣ୍ଡ ମାମଲା, ଏଫଆଇଆର କପି ପ୍ରଦାନ କରିବାରେ ବିଳମ୍ବ କରିନି ପୁଲିସ

ସମ୍ବଲପୁର: ରାଜ୍ୟର ବହୁଚର୍ଚ୍ଚିତ ମମିତା ମେହେର ହତ୍ୟାକାଣ୍ଡରେ କୋର୍ଟକୁ ଏଫଆଇଆର କପି ପ୍ରଦାନ କରିବାରେ ପୁଲିସ ବିଳମ୍ବ କରିନାହିଁ। ସମ୍ବଲପୁରସ୍ଥିତ ଉତ୍ତରାଞ୍ଚଳ ଡିଆଇଜି ଡ.ଦୀପକ କୁମାର ଏଠାରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ପ୍ରକାଶ କରିଛନ୍ତି। ପୁଲିସ ଉପରେ ହେଉଥିବା ଅଭିଯୋଗକୁ ଖଣ୍ଡନ କରିଡିଆଇଜି କହିଛନ୍ତି ଯେ ସିସିଟିଏନଏସ ୱେବସାଇଟରେ ମାମଲା ରୁଜୁ ହେବାର ୨୪ ଘଣ୍ଟା ମଧ୍ୟରେ ଏଫଆଇର କପି ଅପଲୋଡ ହୋଇଛି ଏବଂ ଏହା କୋର୍ଟ ସହିତ ଡିଜିଟାଲି କନେକ୍ଟେଟ।

ତଦନ୍ତ ପ୍ରକ୍ରିୟାରେ ପୁଲିସର ଭୂମିକାକୁ ନେଇ ଯାହା ପ୍ରଶ୍ନ ଉଠୁଛି ତାହା ମିଛ ବୋଲି ଡିଆଇଜି କହିଛନ୍ତି। ୧୦ ଜଣ ସାକ୍ଷୀଙ୍କର ସିଆରପିସି ୧୬୪ ଓ ୧୦୦ରୁ ଉର୍ଦ୍ଧ୍ବଜଣଙ୍କର ସିଆରପିସି ୧୬୧ ଧାରାରେ ବୟାନ ରେକର୍ଡ ହୋଇଥିବା ଡିଆଇଜି ସ୍ପଷ୍ଟ କରିଛନ୍ତି। ପୁଲିସ ପାଖରେ ଯଥେଷ୍ଟ ପ୍ରମାଣ ଅଛି ଓ ତଦନ୍ତ ଠିକ ଢଙ୍ଗରେ ହେଉଥିବା ଡିଆଇଜି ପ୍ରକାଶ କରିଛନ୍ତି।

Comments are closed.