ପୁଣି ବିବାଦରେ ମଣିଶଙ୍କରଙ୍କ ‘ନିଚ୍‍ ଆଦମୀ’ ଶବ୍ଦ

ନୂଆଦିଲ୍ଲୀ : କଂଗ୍ରେସର ବରିଷ୍ଠ ନେତା ମଣିଶଙ୍କର ଆୟର ପୁଣି ଥରେ ନିଜର ବିବାଦୀୟ ବୟାନକୁ ଦୋହରାଇଛନ୍ତି। ଦୁଇ ବର୍ଷ ପୂର୍ବେ ମଣିଶଙ୍କର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ‘ନିଚ୍‍ ଆଦମୀ’ କହି ବିବାଦ ଘେରକୁ ଆସିଥିଲେ। ଏହି ବୟାନକୁ ନେଇ ମଣିଶଙ୍କର ଏକ ସ୍ତମ୍ଭ ଲେଖି ଏହାକୁ ଦୋହରାଇଛନ୍ତି। ସେ ଏହି ସ୍ତମ୍ଭରେ ଲେଖିଛନ୍ତି, ୨୦୧୭ରେ ମୁଁ କହିଥିବା ଏହି କଥା ଆପଣ ମାନଙ୍କର ମନେଥିବ। ବର୍ତ୍ତମାନ ଏହି ମନ୍ତବ୍ୟକୁ ଭୁଲ ବୋଲି କହିବେ କି? ବୋଲି ମଣିଶଙ୍କର ପ୍ରଶ୍ନ କରିଛନ୍ତି।
ମଣିଶଙ୍କରଙ୍କ ଏହି ଲେଖାକୁ ନେଇ ପୁଣି ବିବାଦ ଦେଖାଯାଇଛି। ବିଜେପି ମୁଖପାତ୍ର ଜିଭିଏଲ ନରସିମାହା ରାଓ କହିଛନ୍ତି, ୨୦୧୭ରେ ମଣିଶଙ୍କର ଏହାକୁ ଖରାପ ହିନ୍ଦି ଭାଷା ବୋଲି କହି ଖସିଯାଇଥିଲେ। କିନ୍ତୁ, ବର୍ତ୍ତମାନ କଣ କହିବେ ବୋଲି ସେ ପଚାରିଛନ୍ତି। ଏହାଦ୍ୱାରା କଂଗ୍ରେସର ଦୋମୁହା ନୀତି ସ୍ପଷ୍ଟ ଜଣାପଡୁଛି ବୋଲି ସେ କହିଛନ୍ତି। ମଣିଶଙ୍କର ଏହି ଲେଖାରେ ନରେନ୍ଦ୍ର ମୋଦୀ ଓ କେନ୍ଦ୍ର ସରକାରଙ୍କୁ କଡା ସମାଲୋଚନା କରିଛନ୍ତି।

Comments are closed.