ମଣିପୁର ଭୂସ୍ଖଳନ; ମୃତ୍ୟୁସଂଖ୍ୟା ୮୧କୁ ବୃଦ୍ଧି

ନୂଆଦିଲ୍ଲୀ: ବଢୁଛି ମଣିପୁର ଭୂସ୍ଖଳନରେ ମୃତ୍ୟୁସଂଖ୍ୟା । ବର୍ତ୍ତମାନ ସୁଦ୍ଧା ଭୂସ୍ଖଳନ ଯୋଗୁ ନୋନି ଜିଲ୍ଲାରେ ୮୧ ଜଣଙ୍କ ମୃତ୍ୟୁ ହୋଇଛି । ମୃତକଙ୍କ ମଧ୍ୟରେ ୧୮ ଜଣ ଟେରିଟୋରିଆଇ ଆର୍ମିର ସୈନ୍ୟ ରହିଥିବା ଜଣାପଡ଼ିଥିବା ବେଳେ ଆହୁରି ମାଟି ତଳେ ୫୫ଜଣ ଫସି ରହିଥିବା ଅନୁମାନ କରାଯାଉଛି । ସମସ୍ତ ମୃତଦେହ ଉଦ୍ଧାର କରିବାକୁ ଆଉ ୨ରୁ ୩ଦିନ ଲାଗିବ ବୋଲି ଅନୁମାନ କରାଯାଉଛି ।  ଭୂସ୍ଖଳନ ନେଇ ମଣିପୁର ମୁଖ୍ୟମନ୍ତ୍ରୀ ଏନ.ବୀରେନ ସିଂ ସୂଚନା ଦେଇଥିବା ବେଳେ ଗତ ଗୁରୁବାର ରାତିରେ ଏହି ଭୂସ୍ଖଳନ ହୋଇଥିଲା । କେହି କିଛି ଜାଣିବା ଆଗରୁ ସବୁକିଛି ମାଟିରେ ମିଶିଯାଇଥିଲା ।

ଫଳରେ ଅନେକ ଲୋକ ନିଖୋଜ ହୋଇଯାଇଥିଲେ । ସବୁଠାରୁ ବଡ଼ କଥା ହେଉଛି ମଣିପୁରର ନୋନି ଜିଲ୍ଲାର ରେଳ ଷ୍ଟେସନରେ ଏପରି ଏକ ବିପର୍ଯ୍ୟୟ ପରିସ୍ଥିତି ସୃଷ୍ଟି ହୋଇଥିବା ବେଳେ କିଛି ଯବାନ ମଧ୍ୟ ଫସି ରହିଛନ୍ତି ।

Comments are closed.