ମଣିପୁର ମିଥ୍ୟା ଗୁଳିବିନିମୟ: ସେନା ଅଧିକାରୀଙ୍କ ବିରୋଧରେ ମାମଲା ରୁଜୁ

0

ନୂଆଦିଲ୍ଲୀ : ମଣିପୁରରେ ହୋଇଥିବା ବିଭିନ୍ନ ମିଥ୍ୟା ଗୁଳିବିନିମୟ ବା ଅତିରିକ୍ତ ନ୍ୟାୟିକ ହତ୍ୟା ପ୍ରସଙ୍ଗରେ ସିବିଆଇ ଜଣେ ସେନା ଅଧିକାରୀଙ୍କ ବିରୋଧରେ ମାମଲା ରୁଜୁ କରିଛି। ୧୯୮୫ରୁ ୨୦୦୧ ମଧ୍ୟରେ ସେନା, ଆସାମ ରାଇଫଲ୍ସ ଓ ପୁଲିସ ଦ୍ୱାରା ମଣିପୁରରେ ୨୦ରୁ ଅଧିକ ମିଥ୍ୟା ଗୁଳିବିନିମୟ ଘଟଣା ଘଟିଛି। ଏହିସବୁ ଘଟଣାରେ ପ୍ରଥମ କରି ଜଣେ ସେନା ଅଧିକାରୀଙ୍କ ବିରୋଧରେ ମାମଲା ରୁଜୁ କରାଯାଇଛି। ସେନା ଅଧିକାରୀ ଜଣଙ୍କ ହେଉଛନ୍ତି ମେଜର ବିଜୟ ସିଂହ ବାଲହାରା। ପୂର୍ବରୁ ସେ ଆସାମ ରାଇଫଲ୍ସରେ କାମ କରୁଥିଲେ। ୨୦୦୯ ମାର୍ଚ୍ଚ ୪ରେ ଜଣେ ୧୨ବର୍ଷର ବାଳକକୁ ହତ୍ୟା କରାଯିବାକୁ ନେଇ ମେଜର ବିଜୟଙ୍କ ବିରୋଧରେ ମାମଲା ରୁଜୁ କରାଯାଇଛି। ବାଳକର ପିତାମାତାଙ୍କ କହିବା ଅନୁଯାୟୀ ଘଟଣା ଦିନ ୩୦ରୁ ଊର୍ଦ୍ଧ୍ବ ସୁରକ୍ଷା କର୍ମୀ ତାଙ୍କ ପୁଅକୁ ଘରୁ ଟାଣି ନେଇ ପିଟିବା ସହ ଗୁଳିକରି ହତ୍ୟା କରିଥିଲେ। ମଣିପୁରରେ ହୋଇଥିବା ଅତିରିକ୍ତ ନ୍ୟାୟିକ ହତ୍ୟା ଉପରେ ତଦନ୍ତ ପାଇଁ ସୁପ୍ରିମକୋର୍ଟ ସିବିଆଇକୁ ନିର୍ଦେଶ ଦେଇଛନ୍ତି। ଏଥିପାଇଁ ସୁପ୍ରିମକୋର୍ଟର ଅବସରପ୍ରାପ୍ତ ବିଚାରପତି ସନ୍ତୋଷ ହେଗେଡଙ୍କ ନେତୃତ୍ୱରେ ଏକ କମିଶନ ଗଠନ କରାଯାଇଛି।

Leave A Reply