ମଣିପୁର ମୁଖ୍ୟମନ୍ତ୍ରୀ କରୋନା ସଂକ୍ରମିତ

ଇମ୍ଫାଲ : ମଣିପୁର ମୁଖ୍ୟମନ୍ତ୍ରୀ ଏନ ବୀରେନ ସିଂହ କରୋନା ଭୂତାଣୁ ସଂକ୍ରମିତ ହୋଇଛନ୍ତି। କରୋନା ସଂକ୍ରମିତ ହେବା ସମ୍ପର୍କରେ ମୁଖ୍ୟମନ୍ତ୍ରୀ ସିଂହ ନିଜ ଟ୍ବିଟର ମାଧ୍ୟମରେ ସୂଚନା ଦେବା ସହ ନିଜେ ହୋମ୍ ଆଇସୋଲେସନରେ ରହିଛନ୍ତି। ନିକଟରେ ଯେଉଁମାନେ ତାଙ୍କ ସଂସ୍ପର୍ଶରେ ଆସିଥିଲେ ସେମାନଙ୍କୁ କରୋନା ସ୍ବାବ ପରୀକ୍ଷା ଓ ଆଇସୋଲେସନରେ ରହିବାକୁ ପାଇଁ ପରାମର୍ଶ ଦେଇଛନ୍ତି। କିଛି ଦିନ ହେଲା ମୁଖ୍ୟମନ୍ତ୍ରୀଙ୍କ ଠାରେ କରୋନାର ଲକ୍ଷଣ ଦେଖାଯାଉଥିବାରୁ ସେ ନିଜର ସ୍ବାବ ପରୀକ୍ଷା କରାଇଥିଲେ।

Comments are closed.