୮ କଂଗ୍ରେସ ବିଧାୟକ ଅନୁପସ୍ଥିତ; ବଞ୍ଚିଗଲା ମଣିପୁର ବିଜେପି ସରକାର

ମଣିପୁରରେ ବିଜେପି ନେତୃତ୍ଵାଧୀନ ସରକାର ବିଧାନସଭାରେ ଆସ୍ଥାଭୋଟ ବିଜୟୀ ହୋଇଛି । ମତଦାନ ସମୟରେ ବିଜେପିର ସମସ୍ତ ୨୮ ବିଧାୟକ ଉପସ୍ଥିତ ଥିବାବେଳେ କଂଗ୍ରେସର ୧୬ ବିଧାୟକ ଯୋଗ ଦେଇଥିଲେ  । କଂଗ୍ରେସର ୮ ଜଣ ବିଧାୟକ ଆସ୍ଥା ଭୋଟ ସମୟରେ ଅନୁପସ୍ଥିତ ଥିଲେ । ଆସ୍ଥା ଭୋଟ ପରେ କଂଗ୍ରେସ ବିଧାୟକମାନେ ବିରୋଧ ପ୍ରଦର୍ଶନ କରିବା ସହ କୁର୍ସି ଫିଙ୍ଗାଫିଙ୍ଗି କରି ନିଜର ଅସନ୍ତୋଷ ଜାହିର କରିଥିଲେ ।

ବିଧାନସଭାରେ ବୀରେନ୍ ସିଂହ ସରକାରର ଆସ୍ଥାଭୋଟ ନିମନ୍ତେ ଦିନିକିଆ ଅଧିବେଶନ ଡ଼କାଯାଇଥିଲା । ଏଥିରେ ବିଜେପି ନେତୃତ୍ଵାଧୀନ ସରକାର ନିଜର କୁର୍ସି ବଞ୍ଚାଇବାକୁ ସକ୍ଷମ ହୋଇଛି ।

Comments are closed.