ମୁକ୍ତିଲାଭ କଲା ‘ମଣିକର୍ଣ୍ଣିକା-ଦ କୁଇନ୍‍ ଅଫ୍‍ ଝାନ୍‍ସୀ’ର ଟ୍ରେଲର

0

ମୁମ୍ବଇ : ବଲିଉଡ଼ ଅଭିନେତ୍ରୀ କଙ୍ଗନା ରାଣାବତ୍‍ଙ୍କ ଅଭିନୀତ ଚଳଚ୍ଚିତ୍ର ‘ମଣିକର୍ଣ୍ଣିକା-ଦ କୁଇନ୍‍ ଅଫ୍‍ ଝାନ୍‍ସୀ’ର ଟ୍ରେଲର ମଙ୍ଗଳବାର ରିଲିଜ ହୋଇଛି। ୩ମିନିଟ୍‍ ୧୯ସେକେଣ୍ଡର ଏହି ଟ୍ରେଲରରେ କଙ୍ଗନାଙ୍କ ବୀରାଙ୍ଗନା ଯୋଦ୍ଧା ରୂପ ଦେଖିବାକୁ ମିଳିଛି। ଚଳଚ୍ଚିତ୍ରରେ ସେ ‘ଝାନ୍‍ସୀ ରାଣୀ’ଙ୍କ ଭୂମିକାରେ ଅଭିନୟ କରିଛନ୍ତି।

ଟ୍ରେଲରର ଆରମ୍ଭ ହୋଇଛି ଇଂରେଜ ମାନଙ୍କ ଅତ୍ୟାଚାରରୁ ଓ ଏଥିରୁ ଲୋକଙ୍କୁ ବଞ୍ଚାଇବା ପାଇଁ ସାମ୍ନାକୁ ଆସୁଛନ୍ତି ‘ମଣିକର୍ଣ୍ଣିକା’। ଏହାପରେ ଦେଖିବାକୁ ମିଳିଛି ପତ୍ନୀରୁ ରାଣୀ, ମାଆ ଓ ପୁଣି ଲକ୍ଷ୍ମୀ ବାଈ ଝାନସୀର ରାଣୀ ହେବାର ଯାତ୍ରା।

‘ମଣିକର୍ଣ୍ଣିକା-ଦ କୁଇନ୍‍ ଅଫ୍‍ ଝାନ୍‍ସୀ’ ଆସନ୍ତା ବର୍ଷ ୨୫ଜାନୁଆରୀରେ ମୁକ୍ତିଲାଭ କରିବ। ସୂଚନା ଅନୁସାରେ, ପ୍ରଥମେ ଏହାର ନିର୍ଦ୍ଦେଶନା ଦେଉଥିବା କ୍ରିଷ୍‍ ଚଳଚ୍ଚିତ୍ରକୁ ଅଧାରେ ଛାଡ଼ି ଦେଇଥିଲେ। ଏହାପରେ କଙ୍ଗନା ନିର୍ଦ୍ଦେଶନା ଭାର ନିଜେ ବହନ କରିଥିଲେ। ଚଳଚ୍ଚିତ୍ର ନିର୍ମାତା କମଲ ଜୈନଙ୍କ କହିବା ଅନୁସାରେ, ଚଳଚ୍ଚିତ୍ରର ୭୦ଭାଗ ନିର୍ଦ୍ଦେଶନା କଙ୍ଗନା ଦେଇଛନ୍ତି ଓ ବାକି ଅଂଶ କ୍ରିଷଙ୍କ ନିର୍ଦ୍ଦେଶନାରେ ନିର୍ମାଣ ହୋଇଛି।

Leave A Reply