‘ମଣିକର୍ଣ୍ଣୀକା:ଦ କ୍ୱିନ୍‍ ଅଫ୍‍ ଝାନ୍ସୀ’ ର ଟିଜର୍‍ ରିଲିଜ୍‍

0

ମୁମ୍ବଇ : କଙ୍ଗନା ରନୌତ୍‍ଙ୍କ ଅଭିନୀତ ଆଗାମୀ ଚଳଚ୍ଚିତ୍ର ‘ମଣିକର୍ଣ୍ଣୀକା:ଦ କ୍ୱିନ୍‍ ଅଫ୍‍ ଝାନ୍ସୀ’ ର ଟିଜର ରିଲିଜ୍‍ ହୋଇଛିି। ଏହାକୁ ଗାନ୍ଧିଜୟନ୍ତୀର ଶୁଭ ଅବସରରେ ରିଲିଜ୍‍ କରାଯାଇଛି। ଏହି ଚଳଚ୍ଚିତ୍ର ୨୦୧୯, ୨୫ ଜାନୁଆରୀରେ ପ୍ରେକ୍ଷାଳୟ ମାନଙ୍କରେ ମୁକ୍ତିଲାଭ କରିବ।
ଟିଜର୍ ରେ କଙ୍ଗନାଙ୍କ କଡ଼ା ଆକ୍ସନ ଅବତାର ଦେଖିବାକୁ ମିଳିଛି। ଦୁଇ ମିନିଟ୍‍ ର ଏହି ଟିଜର୍‍ ଅମିତାଭ ବଚ୍ଚନଙ୍କ ଦମ୍‍ଦାର ସ୍ୱରରୁ ଆରମ୍ଭ ହୋଇଛି। ଏଥିରେ କଙ୍ଗନା ଝାନ୍ସୀ ରାଣୀ ଭୂମିକାରେ ଅଭିନୟ କରି ଆକ୍ସନ ଠାରୁ ଆରମ୍ଭ କରି ଚମତ୍କାର ଘୋଡ଼ାସବାରୀ କରୁଥିବାର ମଧ୍ୟ ନଜର ଆସିଛନ୍ତି।
ଏହି ଚଳଚ୍ଚିତ୍ରର ନିର୍ଦ୍ଦେଶନା ଭାର ଜାତୀୟ ପୁରଷ୍କାର ବିଜେତା ରାଧା କ୍ରୀଷ୍ଣା ଜଗରଲାମୁଣ୍ଡି ବହନ କରିଛନ୍ତି।

Leave A Reply