ବକ୍ସ ଅଫିସରେ ‘ମଣିକର୍ଣ୍ଣିକା’ର ପ୍ରଦର୍ଶନ ଜାରି : ଜାଣନ୍ତୁ ୯ ଦିନର ଆୟ

0

ନୂଆଦିଲ୍ଲୀ : କଙ୍ଗନା ରାଣାୱତଙ୍କ ଅଭିନୀତ ଚଳଚ୍ଚିତ୍ର ‘ମଣିକର୍ଣ୍ଣିକା-ଦି କୁଇନ୍‍ ଅଫ୍‍ ଝାନ୍ସୀ’ର ବକ୍ସ ଅଫିସରେ ଭଲ ପ୍ରଦର୍ଶନ ଜାରି ରହିଛି। ଗତ ଶୁକ୍ରବାର(୨୫ ଜାନୁଆରୀ)ରେ ମୁକ୍ତିଲାଭ କରିଥିବା ଏହି ଚଳଚ୍ଚିତ୍ର ୯ଦିନରେ ଅର୍ଥାତ୍‍ ରବିବାର ସୁଦ୍ଧା ୬୯.୯୦ କୋଟି ଟଙ୍କାର ବ୍ୟବସାୟ କରିଛି। ଫିଲ୍ମ ଟ୍ରେଡ଼ ଏକ୍ସପର୍ଟ ତରଣ ଆଦର୍ଶଙ୍କ କହିବା ଅନୁସାରେ, ଚଳଚ୍ଚିତ୍ର ୧୦ମ ଦିନ ସୁଦ୍ଧା ୭୫ କୋଟି ଟଙ୍କାର ବ୍ୟବସାୟ କରିପାରେ ବୋଲି ଆଶା କରାଯାଉଛି।

ଭାରତୀୟ ବଜାର ସହିତ ବିଦେଶରେ ମଧ୍ୟ ଚଳଚ୍ଚିତ୍ର ଭଲ ବ୍ୟବସାୟ କରୁଥିବା ଜଣାପଡ଼ିଛି। ଚଳଚ୍ଚିତ୍ରର ବଜେଟ୍‍ ପ୍ରାୟ ୧୨୫ କୋଟି ରହିଛି। ଚଳଚ୍ଚିତ୍ରର ସାଟେଲାଇଟ୍‍ ରାଇଟସ୍‍ ପ୍ରାୟ ୩୦ କୋଟି ଟଙ୍କାରେ ବିକ୍ରି ହୋଇଛି।

Leave A Reply