ମାନିକଙ୍କ ଦୃଢ଼ୋକ୍ତି: ୨୫ ବର୍ଷରେ ତ୍ରିପୁରାରେ ଭିଡ଼ ହିଂସା ହୋଇ ନ ଥିଲା

0

ତ୍ରିପୁରା: ତ୍ରିପୁରାରେ ଗତ ୨୫ ବର୍ଷର ବାମପନ୍ଥୀ ଶାସନ ଅମଳରେ ଗୋଟିଏ ବି ଭିଡ଼ ହିଂସା ବା ସଂଘବଦ୍ଧ ଆକ୍ରମଣ ହୋଇନାହିଁ ବୋଲି କହିଛନ୍ତି ରାଜ୍ୟର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବାମଦଳ ନେତା ମାନିକ ସରକାର। ଯେତେବେଳେ ସରକାର ନିଜ ପ୍ରତିଶ୍ରୁତି ପାଳନ କରିବାରେ ବିଫଳ ହୁଅନ୍ତି ସେତେବେଳେ ଏଭଳି ହିଂସାକାଣ୍ଡ ଘଟେ ବୋଲି ସେ କହିଛନ୍ତି।
ତ୍ରିପୁରା ଓ ପଶ୍ଚିମବଙ୍ଗରେ ଗଣତନ୍ତ୍ରର ହତ୍ୟା ହୋଇଥିବା ଅଭିଯୋଗରେ ନୂଆଦିଲ୍ଳୀରେ ପାଞ୍ଚଟି ଦଳ ପକ୍ଷରୁ ବିକ୍ଷୋଭ ପ୍ରଦର୍ଶନ କରାଯାଉଛି। ସେହି ବିକ୍ଷୋଭରେ ଯୋଗ ଦେବାକୁ ଦିଲ୍ଲୀ ଯାଇଥିବା ଅବସରରେ ମାନିକ କହିଛନ୍ତି ଯେ ୨୦୧୪ରେ ବିଜେପି ସରକାର ଯେଉଁ ପ୍ରତଶ୍ରୁତି ଦେଇ କ୍ଷମତାକୁ ଆସିଥିଲା ତାହା ପୂରଣ କରିନାହିଁ। ତ୍ରିପୁରାରେ ଭିଡ଼ ହିଂସାରେ ୪ ଜଣଙ୍କ ମୃତ୍ୟୁ ଘଟଣାରେ ସେ କହିଛନ୍ତି ଯେ ଭିଡ଼ ହିଂସା, ଗୋଚାଲାଣ ହିଂସା, ଶିଶୁ ଚାଲାଣ ପରି ଘଟଣା ଏବେ ଅଧିକ ଘଟୁଛି। ନିଜ ବିଫଳତାକୁ ଲୁଚାଇବାକୁ ସରକାରର ଏହା ଏକ ନୂଆ ଚାଲ୍‍। ଏହାଦ୍ୱାରା ଅନୁସୂଚିତ ଜାତି ଓ ଜନଜାତି ବର୍ଗର ଲୋକମାନେ ହିଁ ଅଧିକ ହିଂସାର ଶିକାର ହେଉଛନ୍ତି।

Leave A Reply