ମାଣିଆବନ୍ଧ ମହାବିଦ୍ୟାଳୟରେ ବିଶ୍ୱ ସଂସ୍କୃତ ଦିବସ ପାଳିତ

ବଡ଼ମ୍ବା :  ବଡ଼ମ୍ବା ବ୍ଲକ ଅନ୍ତର୍ଗତ ମାଣିଆବନ୍ଧ ମହାବିଦ୍ୟାଳୟ ଅପର୍ଣ୍ଣା ସଭାଗୃହରେ ଅଧ୍ୟକ୍ଷ ବିଜୟ କୁମାର ପରିଡ଼ାଙ୍କ ସଭାପତିତ୍ୱରେ ବିଶ୍ୱ ସଂସ୍କୃତ ଦିବସ ପାଳିତ ହୋଇଯାଇଛି । ଭାଷା ଏବଂ ସଂସ୍କୃତି ଗବେଷକ ପ୍ରାଧ୍ୟାପକ ଡଃ. ନାରାୟଣ ପଣ୍ଡା ଉତ୍ସବରେ ମୁଖ୍ୟ ଅତିଥିଭାବେ ଯୋଗଦେଇ ସମଗ୍ର ବିଶ୍ୱର ସର୍ବପ୍ରଥମ ଭାଷା ଦେବଭାଷା ସଂସ୍କୃତ ବୋଲି ମତବ୍ୟକ୍ତ କରିବାସହ ଏହା ଉପରେ ଦିକ୍ଷାନ୍ତ ଭାଷଣ ପ୍ରଦାନ କରିଥିଲେ। ଅଧ୍ୟାପକ ଶ୍ରୀନିବାସ ବେଉରା, ସନ୍ତୋଷ କୁମାର ବେହେରା, ଅଧ୍ୟାପିକା ସଂଘମିତ୍ରା ପଣ୍ଡା ସମ୍ମାନିତ ଅତିଥିଭାବେ ଯୋଗଦେଇଥିବାବେଳେ ସଂସ୍କୃତ ବିଭାଗର ମୁଖ୍ୟ ଅଧ୍ୟାପକ ସାରଦାନନ୍ଦ ଦାଶ ସଭା ପରିଚାଳନା କରିଥିଲେ । ଇଂରାଜୀ ବିଭାଗର ଅଧ୍ୟାପକ ଖଗେଶ୍ୱର ମହାପାତ୍ର ଅତିଥି ପରିଚୟ ପ୍ରଦାନ କରିଥିଲେ। ଅତିଥିମାନେ ସଂସ୍କୃତ ଭାଷା ଓ ଭାରତୀୟ ସଂସ୍କୃତି ବିଶ୍ୱପାଇଁ ଉଦାହରଣ ବୋଲି ମତବ୍ୟକ୍ତ କରିଥିଲେ। ଏହି କାର୍ଯ୍ୟକ୍ରମରେ ସଂସ୍କୃତ ବିଭାଗର ଛାତ୍ରଛାତ୍ରୀମାନେ ସଂସ୍କୃତ ଦିବସର ତାତ୍ପର୍ଯ୍ୟକୁ ସଂସ୍କୃତ ଭାଷାରେ ବକ୍ତବ୍ୟ ପ୍ରଦାନ କରିଥିଲେ। ଓମ୍ ପ୍ରକାଶ ରାଉତ,  ସୌମ୍ୟରଞ୍ଜନ ବେହେରା ଏବଂ ଶ୍ରୀବତ୍ସ ଦେବତା ଆଦି ଛାତ୍ରଙ୍କଦ୍ୱାରା ‘ସଂସ୍କୃତ ପାଲା’ ପରିବେଷଣ ଅତ୍ୟନ୍ତ ଚିତାକର୍ଷକ ହୋଇଥିଲା । ମହାବିଦ୍ୟାଳୟ ତରଫରୁ ସଂସ୍କୃତ ବିଭାଗରେ ସର୍ବାଧିକ ନମ୍ବର ରଖି ଉର୍ତ୍ତୀଣ୍ଣ ହୋଇଥିବା ଛାତ୍ରୀ ମନୀଷା ପ୍ରୀୟଦର୍ଶୀନି ସାହୁଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା । ପରିଶେଷରେ ରାଜନୀତି ବିଜ୍ଞାନ ଅଧ୍ୟାପକ ଦିନେଶ ଚନ୍ଦ୍ର ଦାସ ଧନ୍ୟବାଦ ଅର୍ପଣ କରିଥିଲେ ।

Comments are closed.