ମଣିଙ୍କ ପୁଣି ବିବାଦୀୟ ବୟାନ

0

ନୂଆଦିଲ୍ଲୀ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ନେଇ କଂଗ୍ରେସର ବର୍ଷୀୟାନ୍‍ ନେତା ମଣିଶଙ୍କର ଆୟାର ପୁଣି ଏକ ବିବାଦୀୟ ବୟାନ ଦେଇଛନ୍ତି। ୨୦୦୨ ଗୁଜରାଟ ଦଙ୍ଗା ସମ୍ବନ୍ଧୀୟ ମୋଦୀଙ୍କର ଏକ ମନ୍ତବ୍ୟକୁ ସ୍ମରଣ କରି ମଣିଶଙ୍କର କହିଛନ୍ତି। ମୁସଲମାନମାନଙ୍କୁ କୁକୁରଛୁଆଙ୍କ ସହିତ ତୁଳନା କରୁଥିବା ଜଣେ ମୁଖ୍ୟମନ୍ତ୍ରୀ ୨୦୧୪ରେ ପ୍ରଧାନମନ୍ତ୍ରୀ ହେବେ ବୋଲି ସେ ଆଦୌ ଚିନ୍ତା କରି ନ ଥିଲେ। ଉଲ୍ଲେଖ ଯେ ଉକ୍ତ ଦଙ୍ଗାକୁ ନେଇ ସେ ଦୁଃଖ କରନ୍ତି କି ବୋଲି ଏକଦା ମୋଦୀଙ୍କୁ ପ୍ରଶ୍ନ କରାଯାଇଥିଲା। ମୋଦୀ କହିଥିଲେ କୁକୁରଛୁଆଟେ ଯଦି ଗାଡି ତଳେ ଚାପି ହୋଇ ପ୍ରାଣ ହରାଏ ତା’ହେଲେ ବି ଦୁଃଖ ହୁଏ।
ମୋଦୀଙ୍କ ଏହି ମନ୍ତବ୍ୟ ପରିପ୍ରେକ୍ଷୀରେ ମଣିଶଙ୍କର କହିଛନ୍ତି, ଯେଉଁ ବ୍ୟକ୍ତି ୨୪ ଦିନ ପର୍ୟ୍ୟନ୍ତ ମୁସଲମାନଙ୍କ ଶିବିରକୁ ଯାଇ ନ ଥିଲେ, ତତ୍‍କାଳୀନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପାୟୀ ଅହମ୍ମଦାବାଦ ମସ୍‍ଜିଦ ଯିବା ପରେ ହିଁ ଯିଏ ସେଠାକୁ ଯାଇ ଥିଲେ ସେଭଳି ବ୍ୟକ୍ତି ଦେଶର ପ୍ରଧାନମନ୍ତ୍ରୀ ହେବେ ବୋଲି ଭାବି ନ ଥିଲି। ଏହା ପୂର୍ବରୁ ଗୁଜରାଟ ନିର୍ବାଚନ ବେଳେ ମଣିଶଙ୍କର ମୋଦୀଙ୍କ ପାଇଁ ଆପତ୍ତିଜନକ ମନ୍ତବ୍ୟ ଦେଇଥିଲେ ଯାହାକୁ ମୋଦୀ ନିର୍ବାଚନୀ ପ୍ରସଙ୍ଗ କରିଥିଲେ।

Leave A Reply