ସ୍ୱାଧୀନତା ସଂଗ୍ରାମୀ ମଣି ମେହେରଙ୍କ ପରଲୋକ

ବୋୖଦ୍ଧ: ବୌଦ୍ଧ ଗଡଜାତର ମହିଳା ସ୍ବାଧୀନତା ସଂଗ୍ରାମୀ ମଣି ମେହେର ଆଜି ୯୪ବର୍ଷ ବୟସରେ ନିଜ ଘର ବାଉଁଶୁଣି ଠାରେ ପରଲୋକ ଗମନ କରିଛନ୍ତିl ତାଙ୍କର ସ୍ବାମୀ କିଶନ ମେହେର ମଧ୍ୟ ଜଣେ ସ୍ବାଧୀନତା ସଂଗ୍ରାମୀ ଥିଲେl ଉଭୟେ ସ୍ବାଧୀନତା ସଂଗ୍ରାମରେ ଯୋଗ ଦେଇ ସମ୍ବଲପୁର ଓ ପଲସାଗୋରା ଠାରେ ହୋଇଥିବା ପ୍ରଜା ମଣ୍ଡଳ ମେଳି ବୈଠକରେ ଯୋଗ ଦେଇ ରାଜା ଓ ଇଂରେଜ ମାନଙ୍କ ଆକ୍ରୋଶର ଶିକାର ହୋଇ ଥିଲେl ୧୦ବର୍ଷ ତଳେ ତାଙ୍କର ସ୍ବାମୀ ପରଲୋକ ଗମନ କରିଛନ୍ତି ଲ

ମଣି ମେହେର ସ୍ବାଧୀନତା ସଂଗ୍ରାମୀ ଭାବରେ ରାଜ୍ୟ ସରକାରଙ୍କଠାରୁ ମାସିକ ୯ ହଜାର ଟଙ୍କା ଭତ୍ତା ପାଉଥିଲେl ତାଙ୍କ ବିୟୋଗରେ ସ୍ଥାନୀୟ ଅଂଚଳରେ ଶୋକର ଛାୟା ଖେଳି ଯାଇଛିl ଜିଲ୍ଲାପାଳଙ୍କ ନିର୍ଦେଶକ୍ରମେ ପ୍ରଶାସନ ତରଫରୁ ଅତିରିକ୍ତ ଜିଲ୍ଲାପାଳ ଏନସି ଜ୍ୟୋତି ରଂଜନ ନାଏକ, ବୌଦ୍ଧ ବିଡିଓ ଦେବୀ ପ୍ରସାଦ ଦାସ ପହଂଚି ମରଶରୀରରେ ପୁଷ୍ପମାଲ୍ୟ ଅର୍ପଣ କରି ଶେଷ ସମ୍ମାନ ଜଣାଇ ଥିଲେl

Comments are closed.