ପବିତ୍ର ଧନୁସଂକ୍ରାନ୍ତିରେ ଆଖଣ୍ଡଳମଣିଙ୍କୁ ଲାଗି ହେଲା ଧନୁ ମୁଆଁ

କୋଭିଡ କଟକଣା ମଧ୍ୟରେ ଭକ୍ତଙ୍କ ଦର୍ଶନ

ଆରଡି :  ପବିତ୍ର ଧନୁ ସଂକ୍ରାନ୍ତି ଅବସରରେ ଆରଡିପୀଠ ବାବା ଆଖଣ୍ଡଳମଣିଙ୍କୁ ଧନୁମୁଆଁ ଲାଗି ହୋଇଛି । ଏଥିପାଇଁ ଗୁରୁବାର ଭୋର ୪ଟାରେ ଦ୍ବାରଫିଟା ନୀତି ସରିବା ପରେ ମଙ୍ଗଳ ଆଳତ, ଘର୍ଷଣଲାଗି, ଜଳାଭିଷେକ ନୀତି ସହ ମଣିବାବାଙ୍କୁ ନବବସ୍ତ୍ର ଓ ଫୁଲ, ଚନ୍ଦନ ଲାଗି କରାଯାଇ ଦିଗମ୍ବର ବେଶରେ ସଜ୍ଜିତ କରାଯାଇଥିଲା । ପରେ ସେବାୟତଙ୍କ ପକ୍ଷରୁ ପ୍ରସ୍ତୁତ ଧନୁମୁଆଁ ମଣିବାବାଙ୍କୁ ସମର୍ପଣ କରାଯାଇଥିଲା । ସକାଳ ୯ଟାରେ ପହଡଖିଆ ଅନ୍ନନୀତି, ମଧ୍ୟହ୍ନ ୧ଟାରେ ଯୋଗୀବେଶ ଓ ବଡଅନ୍ନ ନୀତିଭୋଗ ଲାଗି କରାଯାଇଥିଲା। ଅପରାହ୍ଣ ୫ଟାରେ ମଣିବାବାଙ୍କୁ ବଡସିଂହାର ବେଶ ସଜ୍ଜିତ କରାଯାଇଥିଲା। ସନ୍ଧ୍ୟାରେ ଷୋଡଶ ଉପଚାର ପୂଜା । ସନ୍ଧ୍ୟା ଆଳତୀ କରାଯାଇଥିଲା। ଭକ୍ତମାନଙ୍କର ଶୃଙ୍ଖଳିତ ଦର୍ଶନ ନିମନ୍ତେ କୋଭିଡ କଟକଣା ଅନୁଯାୟୀ ସମସ୍ତ ବ୍ୟବସ୍ଥା ମନ୍ଦିର ପ୍ରଶାସନ ପକ୍ଷରୁ କରାଯାଇଥିଲା ।

Comments are closed.