ଆମ୍ବ ସାଣ୍ଡୱିଚ

ଆମ୍ବ – ସରୁ ସରୁ କଟା ହୋଇଥିବା (୪ ଖଣ୍ଡ)
ପାଉଁରୁଟି ଖଣ୍ଡ – ୪ଟି
ଲୁଣ – ସ୍ୱାଦନୁସାରେ
ବଟର – ୧ ଚାମଚ
ଗୋଲମରିଚ ଗୁଣ୍ଡ – ଆବଶ୍ୟକ ଅନୁଯାୟୀ
ପ୍ରସ୍ତୁତି ପ୍ରଣାଳୀ – ପ୍ରଥମେ ଆମ୍ବକୁ ଛୋଟ ଛୋଟ ଖଣ୍ଡ କରି କାଟି ଦିଅନ୍ତୁ। ପାଉଁରୁଟିର ଚାରିପଟୁ ମାଟିଆଅଂଶକୁ କାଟି ଦିଅନ୍ତୁ। ଏବେ ପାଉଁରୁଟି ଉପରେ ବଟର ଲଗାନ୍ତୁ। ଏହାପରେ ପାଉଁରୁଟି ଉପରେ ଛୋଟ ଛୋଟ ଖଣ୍ଡ ଆମ୍ବ ରଖନ୍ତୁ। ଏହାଉପରେ ଅଳ୍ପ ଗୋଲମରିଚ ଗୁଣ୍ଡ ପକାନ୍ତୁ। ସାମାନ୍ୟ ଲୁଣ ପକାଇ ଏହା ଉପରେ ଆଉ ଏକ ପାଉଁରୁଟିରେ ବଟର ଲଗାଇ ଏହା ଉପରେ ରଖନ୍ତୁ। ପ୍ରସ୍ତୁତ ହୋଇଗଲା ଆମ୍ବ ସାଣ୍ଡୱିଚ୍‍।

Comments are closed.