ମ୍ୟାଙ୍ଗୋ ପୁଡ଼ିଂ

ଆବଶ୍ୟକ ସାମଗ୍ରୀ
ଫୁଟା କ୍ଷୀର – ଆବଶ୍ୟକ ପରିମାଣରେ
ଆମ୍ବ ରସ – ୧କପ
ଆମ୍ବ ଖଣ୍ଡ – ଅଳ୍ପ
ବତୁରାଇଥିବା ଚାଉଳ – ଅଳ୍ପ
ଚିନି – ଆବଶ୍ୟକ ପରିମାଣରେ
ଗୁଜୁରାତି ଗୁଣ୍ଡ – ଅଳ୍ପ
କାଜୁ, ବାଦାମ – ଆବଶ୍ୟକ ପରିମାଣରେ
ପ୍ରସ୍ତୁତି ପ୍ରଣାଳୀ – ପ୍ରଥମେ ଗ୍ୟାସରେ ଏକ ପାତ୍ର ବସାଇ ସେଥିରେ କ୍ଷୀରକୁ ଭଲ ଭାବେ ଫୁଟାଇ ଦିଅନ୍ତୁ। ଫୁଟିବା ପରେ ଏଥିରେ ବତୁରାଇଥିବା ଚାଉଳକୁ ପକାଇ ଭଲ ଭାବେ ଗୋଳାନ୍ତୁ। ଆଞ୍ଚ କମ କରି ୧୫ ରୁ ୨୦ ମିନିଟ ଚାଉଳକୁ କ୍ଷୀରରେ ସିଝାନ୍ତୁ। ୨୦ ମିନିଟ ପରେ ଏଥିରେ କାଜୁ ବାଦାମ, ଗୁଜୁରାତି ଗୁଣ୍ଡ ପକାଇ ଗୋଳାଇ ଦିଅନ୍ତୁ। ଗୋଳାଇବା ପରେ ଚିନି ପକାଇ ପୁଣି ଗୋଳାନ୍ତୁ। ଏହାପରେ ଏହାକୁ ଗ୍ୟାସରୁ ଓହ୍ଲାଇ ଏକ ପାତ୍ରକୁ କାଢି ଦିଅନ୍ତୁ। ପାତ୍ରକୁ କାଢିବା ପରେ ଆମ୍ବ ରସ ଓ କିଛି ଆମ୍ବ ଖଣ୍ଡ ଏହା ଉପରେ ରଖନ୍ତୁ। ପ୍ରସ୍ତୁତ ହୋଇଗଲା ମ୍ୟାଙ୍ଗୋ ପୁଡ଼ିଂ।

Comments are closed.