ଆମ୍ବର ଖଟାମିଠା ଲସି

ଆମ୍ବକୁ ଫଳ ମଧ୍ୟରେ ରାଜା ବୋଲି କୁହାଯାଏ। ଏହା ନିଜର ସ୍ବାଦ ପାଇଁ ସାରା ଦୁନିଆରେ ପରିଚିତ। ଏଥିରେ ଥିବା ଆଣ୍ଟି-ଅକ୍ସିଡାଣ୍ଟ ଶରୀର ପାଇଁ ଲାଭଦାୟକ ଅଟେ। ଆମ୍ବ ଖାଇବା ଦ୍ବାରା ହୃଦୟ ସମ୍ବନ୍ଧିତ ରୋଗରୁ ମୁକ୍ତି ମିଳିଥାଏ। ଏହାସହହ ଶରୀରରେ ରକ୍ତର ଅଭାବ ମଧ୍ୟ ଦୂର ହୋଇଥାଏ। ଭାରତରେ ମୁଖ୍ୟ ରୂପେ ୧୨ ପ୍ରକାରର ଆମ୍ବ ରହିଛି।

ଆବଶ୍ୟକ ସାମଗ୍ରୀ :

ପାଚିଲା ଆମ୍ବ – ୨ଟି

ଦହି – ୧କପ୍‌

ଚିନି – ୨ଚାମଚ

କାଜୁ – ୬ରୁ ୮ଟି

ପେସ୍ତା – ୪ଟି

ପାଣି – ଆବଶ୍ୟକ ଅନୁଯାୟୀ

ପ୍ରସ୍ତୁତି ପ୍ରଣାଳୀ :

ପ୍ରଥମେ ଆମ୍ବକୁ କାଟି ଛୋଟ ଛୋଟ ଖଣ୍ଡ କରି ଦିଅନ୍ତୁ। ତାପରେ ଏକ ପାତ୍ରରେ ଦହି, ପାଣି, ଚିନି ଓ ଆମ୍ବ ପକାଇ ଭଲ ଭାବେ ମିଶାଇ ଦିଅନ୍ତୁ। ତାପରେ ମିଶ୍ରଣକୁ ଭଲ ଭାବେ ପେଷି ଦିଅନ୍ତୁ। ଏହା ଭଲ ଭାବେ ପେ​‌ଷି ହୋଇଗଲା ପରେ ତାହାକୁ ଫ୍ରିଜରେ ଥଣ୍ଡା ପର୍ଯ୍ୟନ୍ତ ରଖି ଦିଅନ୍ତୁ। ଥଣ୍ଡା ହୋଇଗଲା ପରେ ମିଶ୍ରଣକୁ କାଢି ଏକ ଗ୍ଲାସକୁ ଢାଳି ଦିଅନ୍ତୁ। ତା ଉପରେ କାଜୁ ଓ ପେସ୍ତାକୁ କାଟି ଛୋଟ ଛୋଟ ଖଣ୍ଡ କରି ସଜାଇ ଦିଅନ୍ତୁ। ପ୍ରସ୍ତୁତ ହୋଇଗଲା ଆପଣଙ୍କ ଖଟାମିଠା ଆମ୍ବ ଲସି।

Comments are closed.