କଞ୍ଚାଆମ୍ବର ମିଠା ଚଟଣି

ଆବଶ୍ୟକ ସାମଗ୍ରୀ :
ଆମ୍ବ-୨ଟି
ତେଲ-୧ଚାମଚ
ଚିନି-୨ଚାମଚ
ଲୁଣ-ସ୍ୱାଦ ଅନୁଯାୟୀ
ଫୁଟଣ-୧ଛୋଟ ଚାମଚ
ତେଜପତ୍ର-୧ଟି
କଞ୍ଚା ଲଙ୍କା-୨ଟି
ପାଣି
ପ୍ରସ୍ତୁତ ପ୍ରଣାଳୀ :
ପ୍ରଥମେ କଞ୍ଚା ଆମ୍ବକୁ ଚୋପା ଛଡ଼ାଇ ଛୋଟ ଛୋଟ କାଟି ଦିଅନ୍ତୁ। କଟା ହୋଇଥିବା ଆମ୍ବକୁ ଅଳ୍ପ ଛେଚି ଦିଅନ୍ତୁ। ତାପରେ କଡ଼େଇରେ ତେଲ ଗରମ କରନ୍ତୁ। ତେଲ ଗରମ ହୋଇଗଲା ପରେ ସେଥିରେ ତେଜପତ୍ର, ଫୁଟଣ ପକାଇ ଟିକେ ସମୟ ଭାଜନ୍ତୁ। ତାପରେ ସେଥିରେ ଲଙ୍କା ପକାନ୍ତୁ। କିଛି ସମୟ ପରେ ସେଥିରେ କଟା ହୋଇଥିବା ଆମ୍ବ ପକାଇ ଅଳ୍ପ ପାଣି ଦେଇ ଘୋଡ଼ାଇ ଦିଅନ୍ତୁ। ଆମ୍ବ ଅଳ୍ପ ସିଝିଗଲା ପରେ ସେଥିରେ ଚିନି,ଲୁଣ ପକାଇ ମିଶାଇ ଘାଣ୍ଟି ଅଳ୍ପ ଆଞ୍ଚରେ ଗ୍ୟାସରେ ରଖନ୍ତୁ। ୫ମିନିଟ ପରେ ଗ୍ୟାସରୁ କାଢ଼ି ତାଉପରେ ଧନିଆପତ୍ର ପକାଇ ସଜାଇ ଦିଅନ୍ତୁ। ବର୍ତ୍ତମାନ ପ୍ରସ୍ତୁତ ହୋଇଗଲା ଆପଣଙ୍କ କଞ୍ଚା ଆମ୍ବର ମିଠା ଚଟଣି। ଏହା ଥଣ୍ଡା ହୋଇଗଲା ପରେ ଆପଣ ରୁଟି,ଭାତ ସହ ଖାଇ ପାରିବେ।

Comments are closed.