ମଙ୍ଗଳପୁର ପଞ୍ଚାୟତକୁ ଅଗଷ୍ଟ ୧ ତାରିଖ ଯାଏ ସଟଡାଉନ ଘୋଷଣା

ମୁଖୀଗୁଡା: କଳାହାଣ୍ଡି ଜିଲା ଜୟପାଟଣା ବ୍ଲକ ଅନ୍ତର୍ଗତ ମଙ୍ଗଳପୁର ଗ୍ରାମପଞ୍ଚାୟତକୁ ଆଜିଠାରୁ ଅଗଷ୍ଟ ୧ ତାରିଖ ପର୍ଯ୍ୟନ୍ତ ସଟଡାଉନ ଘୋଷଣା କରାଯାଇଛି। ଏହି ଗ୍ରାମପଞ୍ଚାୟତର କପୁରମାଲ ଗ୍ରାମର ଜଣେ ଯୁବକ କରୋନା ପଜିଟିଭ ଚିହ୍ନଟ ହେବା ପରେ ସଟଡ଼ାଉନ ଘୋଷଣା କରିଛନ୍ତି ମଙ୍ଗଳପୁର ସରପଞ୍ଚ ରୁଷିମଣି ନାଏକ। ଆକ୍ରାନ୍ତ ଯୁବକ ହାଇଦ୍ରାବାଦରୁ ଆସି ଗତ ୮ ତାରିଖରୁ ଧନଶୁଳି ଟିଏମସିରେ ଥିଲେ। ୨୦ତାରିଖରେ ସ୍ୱାବ ସଂଗ୍ରହ କରିବାପରେ ୨୧ରେ ସେଠାରୁ ଛାଡ଼ି ଦିଆଯାଇଥିଲା। ସେ ଘରକୁ ଆସି ଆଉ ହୋମ କ୍ୱାରେଣ୍ଟାଇନରେ ରହି ନ ଥିବା କୁହାଯାଉଛି। ଗତ କାଲି ରିପୋର୍ଟ ଆସିଲା ପରେ ଯୁବକକୁ ଭବାନୀ ପାଟଣା କୋଭିଡ଼ ହସ୍ପିଟାଲକୁ ପଠାଯାଇଛି। ଏବେ ଜୟପାଟଣା ବ୍ଲକରେ ଆକ୍ରାନ୍ତଙ୍କ ସଂଖ୍ୟା ୭କୁ ପହଞ୍ଚିଲା ।

Comments are closed.