ମଙ୍ଗଳବାର ରାଶିଫଳ

0

ମେଷ: ଯୋଜନାରେ ତ୍ରୁଟି ଦେଖା ଦେବ। ନିରବ ଚିନ୍ତନରେ ମାର୍ଗ ଦର୍ଶନ କରିପାରନ୍ତି। ଉନ୍ନତି ପଥରେ ଆଗକୁ ବଢ଼ିବେ। ଚିତ୍ତ ପ୍ରସନ୍ନ ରହିବ। କାର୍ଯ୍ୟ ହାସଲ କରିବାରେ ସକ୍ଷମ ହେବେ। ମନରେ ପ୍ରସନ୍ନତା ଆସିବ। ସୁଖୀ ହେବେ।
ବୃଷ: କର୍ମକ୍ଷେତ୍ରରେ ପଥ ପିଚ୍ଛିଳ ରହିଛି। ଧୀରେ ସୁସ୍ଥେ ଗତି କଲେ ସଫଳତା ପାଇବେ। ସଜାଗ ନ ହେଲେ ଦ୍ରବ୍ୟ ନଷ୍ଟ ହୋଇପାରେ। ଘାତଚନ୍ଦ୍ର ଭୋଗ ହେତୁ ସତର୍କରେ ଚଳିବାକୁ ପଡ଼ିବ। ପରିବାରର ମୁଖ୍ୟ ହେବେ। ସୁଖ ମିଳିବ।
ମିଥୁନ: ଚେଷ୍ଟା ଫଳବତୀ ହେବ। ସମ୍ମାନିତ ହେବାର ସୂଚନା ମିଳୁଛି। ଗୃହରେ ଶାନ୍ତିର ବାତାବରଣ ସୃଷ୍ଟି ହେବ। ବ୍ୟବସାୟରେ ଢ଼େର ଉନ୍ନତି ଘଟିବ। କାର୍ଯ୍ୟକ୍ଷେତ୍ରରେ ସଫଳତା ମିଳିବ। ପ୍ରତ୍ୟେକ କାର୍ଯ୍ୟ ଆପଣଙ୍କ ପାଇଁ ସହଜ ସୁଲଭ ହେବ।
କର୍କଟ: ପିତାଙ୍କ ସ୍ୱାସ୍ଥ୍ୟ ପ୍ରତି ଧ୍ୟାନ ଦେବାକୁ ପଡ଼ିବ। ଚିନ୍ତାଗ୍ରସ୍ତ ହୋଇପାରନ୍ତି। ଘାତଚନ୍ଦ୍ର ଭୋଗ ହେତୁ ସାମାନ୍ୟମାତ୍ରାର ଶାରୀରିକ ପୀଡ଼ା ଅନୁଭବ କରିପାରନ୍ତି। ବିଭିନ୍ନ ଦିଗରୁ ଧନାଗମ ହେବ। ଶତ୍ରୁ ଦମନ କରି ଆଶ୍ୱସ୍ତ ହେବେ।
ସିଂହ: କଳହଠାରୁ ନିଜକୁ ଦୂରେଇ ରଖିବାକୁ ଉଦ୍ୟମ ଜାରି ରଖିବେ; ତେବେ ସୁଖ ସନ୍ତୋଷ ଲାଭ କରିବେ। ଜୋରଦାର ଆୟ ହେବ। ଉତ୍ତମ ଭୋଜନରେ ଆପ୍ୟାୟିତ ହୋଇପାରନ୍ତି। ଅର୍ଥ ସହିତ ଦାମ୍ପତ୍ୟ ସୁଖ ମିଳିବ।
କନ୍ୟା: ତୀର୍ଥ ଯାତ୍ରାର ସୁଯୋଗ ମିଳିଛି। ଖର୍ଚ୍ଚାନ୍ତ ହେବେ। ଦୀର୍ଘପଥ ଯାତ୍ରା କରିବାର ସୁଯୋଗ ମିଳିବ। ଖର୍ଚ୍ଚାନ୍ତ ହେବାର ସମ୍ଭାବନା ରହିଛି। ଅର୍ଥ ଚିନ୍ତାରୁ ମନସ୍ତାପ ଆସିପାରେ। ବାଣିଜ୍ୟ କାରବାରରେ ବହୁ ଲାଭର ଆଶା ରହିଛି।
ତୁଳା: ମନ ପ୍ରସନ୍ନ ରହିବ। ପ୍ରତ୍ୟେକ କ୍ଷେତ୍ରରେ ସଫଳତା ଲାଭ କରିବେ। ସମ୍ମାନିତ ହେବେ। ବିଜ୍ଞ ବ୍ୟକ୍ତିର ପରିଚୟ ସୃଷ୍ଟି କରିପାରନ୍ତି। ସନ୍‍ମାର୍ଗୀ ହେବେ। ଦାମ୍ପତ୍ୟ ଜୀବନ ସୁଖପ୍ରଦ ହେବ। ସରକାରୀ ସ୍ତରରୁ ଅର୍ଥ ପ୍ରାପ୍ତ ହେବ।
ବିଛା: ଅଶାନ୍ତିର ପତନ ଘଟିବ। ସୁଖ ସନ୍ତୋଷ ଲାଭ କରିପାରନ୍ତି। ସର୍ବ କୁଶଳତା ଆଶା କରାଯାଏ। ହର୍ଷ ଉଲ୍ଲାସ ମଧ୍ୟରେ ଦିନଟି ଅତିବାହିତ ହେବ। ଅର୍ଥାଗମର ସୂଚନା ମିଳୁଛି। ଯଶ ଅର୍ଜନ କରି ସମସ୍ତଙ୍କର ପ୍ରିୟପାତ୍ର ହେବେ। ସୁଖ ମିଳିବ।
ଧନୁ: କାର୍ଯ୍ୟକୁ କରାୟତ୍ତ କରି ଅପୂର୍ବ ସଫଳତା ପାଇବେ। ଭ୍ରମଣ ଯୋଗ ଅଛି। ସମ୍ମାନିତ ହେବେ। ଅକ୍ଳେଶରେ କାର୍ଯ୍ୟ ହାସଲ କରି ଆଶ୍ୱସ୍ତ ହେବେ। କର୍ମକ୍ଷେତ୍ରରେ ଦେଖା ଦେଇଥିବା ସମସ୍ୟା ଦୂର ହେବ। କୀର୍ତ୍ତିମାନ ହେବେ। ଯଶ ଅର୍ଜନ କରିବେ।
ମକର: ଶତ୍ରୁ ସହିତ ଟକ୍କର ଦେଇପାରନ୍ତି। ସାମାନ୍ୟ ଶାରୀରିକ ପୀଡ଼ା ଅନୁଭବ କରିପାରନ୍ତି। ଘାତଚନ୍ଦ୍ର ଓ ଅଷ୍ଟମ ଚନ୍ଦ୍ର ଏକତ୍ର ଭୋଗ ହେଉଥିବାରୁ ଖୁବ୍‍ ସତର୍କତାର ସହ ଚଳିବାକୁ ପଡ଼ିବ। ବ୍ୟୟଭାର ବଢ଼ିବ। ଯୁଗ୍ମ ବ୍ୟବସାୟ ଲାଭଜନକ ହେବ।
କୁମ୍ଭ: ଆମୋଦ ପ୍ରମୋଦରେ ଦିନଟି ଅତିବାହିତ କରିପାରନ୍ତି। ଉନ୍ନତି ପଥରେ ଅଗ୍ରଗାମୀ ହେବେ। ଆଶା ଫଳବତୀ ହେବ। ବନ୍ଧୁ ସହାୟତା ପାଇବେ। ପତ୍ନୀଙ୍କ ପରାମର୍ଶ ଉପାଦେୟ ହେବ। ବୃତ୍ତିଗତ କାର୍ଯ୍ୟ ଶୁଭଦାୟକ ହେବ।
ମୀନ: ଯୋଗାଯୋଗରେ ସଫଳତା ମିଳିବ। ଦୁଃସାହସିକ ପଦକ୍ଷେପ ନେଇ ସୁଚାରୁରୂପେ କାର୍ଯ୍ୟ ସମ୍ପାଦନ କରିପାରନ୍ତି। ବ୍ୟବହାର କୁଶଳତା ଆପଣଙ୍କୁ ମହାନ୍‍ କରି ଗଢ଼ି ତୋଳିବ। କୌଶଳ ପ୍ରୟୋଗ କରି କାର୍ଯ୍ୟ ହାସଲ କରିବେ। ଆଶିଷ ମିଳିବ।

Leave A Reply