ମେନକା ହେବେ କାମଚଳ ବାଚସ୍ପତି

ନୂଆଦିଲ୍ଲୀ : ବିଜେପିର ବରିଷ୍ଠ ନେତ୍ରୀ ମେନକା ଗାନ୍ଧୀଙ୍କୁ ସପ୍ତଦଶ ଲୋକସଭାରେ କାମଚଳା ବାଚସ୍ପତି ଭାବେ ନିଯୁକ୍ତି ଦିଆଯିବାର ସମ୍ଭାବନା ରହିଛି। ମୋଦୀଙ୍କ ପ୍ରଥମ ସରକାରରେ ମେନକା ମହିଳା ଓ ଶିଶୁ କଲ୍ୟାଣ ମନ୍ତ୍ରୀ ଥିଲେ। ଏଥର ତାଙ୍କୁ ସରକାରରୁ ବାଦ୍ ଦିଆଯାଇଛି। ମେନକା ଉତ୍ତରପ୍ରଦେଶ ସୁଲତାନପୁରରୁ ବିଜୟୀ ହୋଇଛନ୍ତି। କାମଚଳା ବାଚସ୍ପତି ଲୋକସଭାର ନୂଆ ସଦସ୍ୟଙ୍କୁ ଶପଥ ପାଠ କରାଇବା ସହ ପ୍ରଥମ ଅଧିବେଶନରେ ଅଧ୍ୟକ୍ଷତା କରିବେ।

Comments are closed.