ଶିଶୁଙ୍କ ଯୌନ ନିର୍ଯାତନା ଅଭିଯୋଗ ଦାଖଲ ପାଇଁ ସମୟସୀମା ହଟାଯାଉ: ମେନକା

0

ନୂଆଦିଲ୍ଲୀ : ସମାଜରେ ଦିନକୁ ଦିନ ଶିଶୁଙ୍କ ପ୍ରତି ଯୌନ ନିର୍ଯାତନା ଘଟଣା ବୃଦ୍ଧି ପାଉଥିବାରୁ ଏହାକୁ ଦୃଷ୍ଟିରେ ରଖି ଏସମ୍ବନ୍ଧରେ ଅଭିଯୋଗ ଦାଖଲର ସମୟସୀମା ଉଠାଇ ଦେବାକୁ କେନ୍ଦ୍ର ଶିଶୁ ଓ ମହିଳା ବିକାଶ ମନ୍ତ୍ରୀ ମେନକା ଗାନ୍ଧୀ ଆଇନ ମନ୍ତ୍ରାଳୟକୁ ନିବେଦନ କରିଛନ୍ତି। ଯୌନ ନିର୍ଯାତନା ବିରୋଧରେ ସ୍ୱର ଉଠାଇବାକୁ ମହିଳାଙ୍କୁ ସହାସ ପ୍ରଦାନ କରିଥିବା ‘ମି ଠୁ ଅଭିଯାନ’ର ପ୍ରଶଂସା କରିବା ସହିତ ସେ କହିଛନ୍ତି ଶିଶୁମାନଙ୍କ ପ୍ରତି ହେଉଥିବା ଯୌନ ନିର୍ଯାତନା ବିଷୟରେ ୧୦ରୁ ୧୫ ବର୍ଷ ପରେ ମଧ୍ୟ ଅଭିଯୋଗ ଦାଖଲ କରିବାକୁ ଅନୁମତି ଦିଆଯିବା ଉଚିତ। ବର୍ତ୍ତମାନ ପ୍ରଚଳିତ ସିଆରପିସି ଅନୁସାରେ ଯେକୌଣସି ବୟସର ମହିଳାଙ୍କ ପ୍ରତି ଯୌନ ନିର୍ଯାତନା ମାମଲାର ୩ ବର୍ଷ ମଧ୍ୟରେ ଅଭିଯୋଗ ଦାଖଲ କରିବାକୁ ହେବ। ବିଳମ୍ବର ଉପଯୁକ୍ତ କାରଣ ଥିଲେ କୋର୍ଟ ତାହାକୁ ବିଚାରକୁ ନେଇ ପାରନ୍ତି। ତେବେ ଏହି ସମୟସୀମା ୩୦ ବର୍ଷ ପର୍ଯ୍ୟନ୍ତ ବୃଦ୍ଧି କରାଯିବା ଉଚିତ ବୋଲି ମେନକା ଅକ୍ଟୋବର ୪ରେ ପରାମର୍ଶ ଦେଇଥିଲେ। ଯୌନ ନିର୍ଯାତନାର ଶିକାର ଲୋକେ ସାରାଜୀବନ ତାହାର ବିଭିଷିକାକୁ ଭୁଲିପାରି ନ ଥାଆନ୍ତି। ଏଣୁ ସେ ବିଷୟରେ କେବେ ଅଭିଯୋଗ କରାଯାଉଛି ତାହା ଗୁରୁତ୍ୱପୂର୍ଣ୍ଣ ନୁହେଁ, ବରଂ ଦୋଷୀକୁ ଦଣ୍ଡ ମିଳିବା ଗୁରୁତ୍ୱପୂର୍ଣ୍ଣ ବୋଲି ମେନକା କହିଛନ୍ତି।

Leave A Reply