ମନ୍ଦସର ଗଣବଳାତ୍କାର ମାମଲା: ଦୁଇ ବଳାତ୍କାରୀଙ୍କୁ ମୃତ୍ୟୁଦଣ୍ଡ

0

ଭୋପାଳ : ମଧ୍ୟପ୍ରଦେଶର ମନ୍ଦସରରେ ୭ ବର୍ଷିଆ ନାବାଳିକାକୁ ଗଣବଳାତ୍କାର ମାମଲାରେ ସ୍ୱତନ୍ତ୍ର କୋର୍ଟ ମଙ୍ଗଳବାର ଦୁଇ ଅଭିଯୁକ୍ତକୁ ମୃତ୍ୟୁଦଣ୍ଡ ଦେଇଛନ୍ତି। ଏହା ପୂର୍ବରୁ କୋର୍ଟ ଅଭିଯୁକ୍ତ ଇର୍ଫାନ ଏବଂ ଆସିଫକୁ ଦୋଷୀ ସାବ୍ୟସ୍ତ କରିଥିଲେ। ଗତ ମାସରେ ପୀଡ଼ିତା ନାବାଳିକା ଅଭିଯୁକ୍ତ ଇର୍ଫାନ ଏବଂ ଆସିଫକୁ ଚିହ୍ନଟ କରିଥିଲା।
ପ୍ରକାଶଯୋଗ୍ୟ ଯେ ଜୁନ୍‍ ୨୬ ତାରିଖରେ ନିଚମ୍‍ ଜିଲା ଅନ୍ତର୍ଗତ ମନ୍ଦସରରେ ଜଣେ ୭ବର୍ଷର ନାବାଳିକାକୁ ସ୍କୁଲରୁ ଅପହରଣ କରି ଗଣବଳାତ୍କାର ଓ ହତ୍ୟା ଉଦ୍ୟମ କରାଯାଇଥିଲା। ଗୁରୁତର ଅବସ୍ଥାରେ ନାବାଳିକାକୁ ଉଦ୍ଧାର କରାଯାଇ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ସେତେବେଳେ ଏହି ଘଟଣା ରାଜ୍ୟବ୍ୟାପୀ ଚର୍ଚ୍ଚାର ବିଷୟ ହୋଇଥିଲା। ପୁଲିସ ୪୮ ଘଣ୍ଟା ମଧ୍ୟରେ ଏହି ଘଟଣାରେ ଇର୍ଫାନ ଖାଁ (୨୦) ଓ ଆସିଫ (୨୪) ନାମକ ଦୁଇ ଯୁବକଙ୍କୁ ଗିରଫ କରିଥିଲା। ଏହାପରଠାରୁ ମନ୍ଦସର ସ୍ୱତନ୍ତ୍ର ଅଦାଲତରେ ଏହି ମାମଲାର ଶୁଣାଣି ଚାଲିଥିଲା। ସ୍ୱତନ୍ତ୍ର ଅଦାଲତ ୩୫ ସାକ୍ଷୀ, ପୁଲିସ୍‍ ଦ୍ୱାରା ଦାଖଲ ୧୯୭ଟି ଦସ୍ତାବିଜ୍‍କୁ ଆଧାର କରି ଉପରୋକ୍ତ ରାୟ ଦେଇଛନ୍ତି। ଉଲ୍ଲେଖ ଯେ ମଧ୍ୟପ୍ରଦେଶରେ ନାବାଳିକାଙ୍କୁ ବଳାତ୍କାର ମାମଲାରେ ଏପର୍ଯ୍ୟନ୍ତ ୧୪ ଜଣଙ୍କୁ ମୃଦ୍ୟୁଦଣ୍ଡ ପ୍ରଦାନ କରାଯାଇଛି।

Leave A Reply