ସମାଜ ପୋର୍ଟାଲର ପୂର୍ବତନ କପି ଏଡିଟର ମାନସ ରଞ୍ଜନ ଜୟପୁରିଆଙ୍କ କରୋନାରେ ପରଲୋକ

ଭୁବନେଶ୍ୱର : ସମାଜ ପୋର୍ଟାଲର ପୂର୍ବତନ କପି ଏଡିଟର ମାନସ ରଞ୍ଜନ ଜୟପୁରିଆଙ୍କ କରୋନାରେ ପରଲୋକ ହୋଇଛି। ତାଙ୍କୁ ୪୯ ବର୍ଷ ବୟସ ହୋଇଥିଲା। ସେ ପ୍ରାୟ ୧୦ଟି ବୈଦୁତିକ ଗଣମାଧ୍ୟମରେ କାର୍ଯ୍ୟ କରୁଥିଲେ।
ସମ୍ବଲପୁରରେ ଆକାଶବାଣୀ ଉପସ୍ଥାପକ, ସାମାଜିକ ସଙ୍ଗଠକ , ସମ୍ବାଦ ପାଠକ ଭାବେ କାର୍ଯ୍ୟକରିବା ସହିତ ବିଭିନ୍ନ ଟେଲିଭିଜନ ଚ୍ୟାନେଲ ସହିତ ସମ୍ପୃକ୍ତ ଥିଲେ। ସାସ୍କୃତିକ କାର୍ଯ୍ୟକ୍ରମ ଆୟୋଜନ କରିବା ସହ ସେ ଗୀତ ଗାଆନ୍ତି। ସେ ପ୍ରାୟ ଦୀର୍ଘ ୫ ମାସ ସମାଜ ପୋର୍ଟାଲରେ କାର୍ଯ୍ୟ କରିଛନ୍ତି। ତାଙ୍କ ଘର ସମ୍ବଲପୁର। ସମ୍ବଲପୁରରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ଦେହାନ୍ତ ହୋଇଛି। ତାଙ୍କ ମୃତ୍ୟୁରେ ସମଗ୍ର ମହଲରେ ଶୋକର ଛାୟା ଖେଳିଯାଇଛି।

 

Comments are closed.