ମାନସ ମେମୋରିଆଲ୍ କପ୍ କ୍ରିକେଟ, ଜାଆଁଳାକୁ ହରାଇ ଖୋର୍ଦ୍ଧା ବିଜେତା

ବାଙ୍କୀ(ଡମପଡ଼ା): ବାଙ୍କୀ ବ୍ଲକ ଅନ୍ତର୍ଗତ କଳାପଥର ଧଳାପଥର ଉଚ୍ଚବିଦ୍ୟାଳୟ ଖେଳପଡିଆ ଠାରେ ଚାଲିଥିବା ୨୫ତମ ରାଜ୍ୟସ୍ତରୀୟ ମାନସ ମେମୋରିଆଲ୍ କପ୍ କ୍ରିକେଟ୍ ଟୁର୍ଣ୍ଣାମେଣ୍ଟର ତୃତୀୟ ଦିବସରେ ଜାଆଁଳାକୁ ହରାଇଛି ଖୋର୍ଦ୍ଧା। ଟସ୍ ଜିତି ଖୋର୍ଦ୍ଧା କ୍ରିକେଟ କ୍ଳବ ନିର୍ଦ୍ଧାରିତ ୨୫ ଓଭରରେ ୯ ୱିକେଟ ହରାଇ ୨୫୬ ରନ୍ ସଂଗ୍ରହ କରିଥିଲା। ଦିଲ୍ଲୀପ୍ ବେହେରା ସର୍ବାଧିକ ୫୪ଟି ବଲ୍ ଖେଳି ବ୍ୟକ୍ତିଗତ ଭାବେ ୯୬ ରନ୍ ସଂଗ୍ରହ କରିଥିଲେ। ଜବାବରେ ଜାଆଁଳା ଆଥେଲେଟିକ୍ ଆସୋସିଏସନ୍ ୨୨.୩ ଓଭରରେ ସମସ୍ତ ୱିକେଟ ହରାଇ ୧୭୪ ରନ୍ କରି ପରାଜିତ ହୋଇଥିଲା।

ଦଳପକ୍ଷରୁ ସତ୍ୟଜିତ୍ ସାହୁ ୪୮ରନ୍ କରିଥିବା ବେଳେ ସୀତାକାନ୍ତ ପଟ୍ଟନାୟକ ୪୨ରନ୍ ସଂଗ୍ରହ କରିଥିଲେ। କ୍ରୀଡା ପରିଚାଳକ ଭାବେ ସୁଧୀର କୁମାର ପଣ୍ଡା, ରମାକାନ୍ତ ପାତ୍ର ଖେଳ ପରିଚଳନା କରିଥିବା ବେଳେ ଆୟୋଜକ ଦଳର ବରିଷ୍ଠ ଉପଦେଷ୍ଟା ନରେଶ କୁମାର ସାହୁ ଅତିଥି ଭାବେ ଯୋଗଦେଇ ଶ୍ରେଷ୍ଠ ଖେଳ ପ୍ରଦର୍ଶନ କରିଥିବା ଦିଲ୍ଲୀପ୍ ବେହେରାଙ୍କୁ ପୁରସ୍କୃତ କରିଥିଲେ। ପ୍ରକାଶ ସାହୁ, ଗୋରାଚାନ୍ଦ ମିଶ୍ର, ପ୍ରଦୀପ ଦାସ ଓ ନରେଶ ସାହୁ ପ୍ରମୁଖ ମ୍ୟାଚ ପରିଚାଳନାରେ ସହଯୋଗ କରିଥିଲେ।

Comments are closed.