ଘୁଦୁଘୁଡି ଜୁଆ ଖେଳ ଚଢ଼ାଉ, ୬ ଅଭିଯୁକ୍ତ ଗିରଫ

ମନମୁଣ୍ଡା: ମନମୁଣ୍ଡା ପୋଲିସ ଆଜି ଏକ ଘୁଦୁଘୁଡି ପଟି ଜୁଆ ଖେଳ ଉପରେ ଚଢ଼ାଉ କରି ୬ ଅଭିଯୁକ୍ତ କୁ ଗିରଫ କରିଛି। ପ୍ରାପ୍ତ ସୂଚନା ମତେ, ବୌଦ୍ଧ ଜିଲ୍ଲାର ବିଭିନ୍ନ ସ୍ଥାନରେ ଜୁଆ ଖେଳ ହେଉଥିବା ଅଭିଯୋଗ ହୋଇ ଆସୁଥିଲା। ଏସଡିପିଓ ଆନନ୍ଦ ବର୍ଦ୍ଧନ ଗୁରୁ ଗୁପ୍ତଚର ଲଗାଇ ଏହା ଉପରେ ତୀକ୍ଷ୍ଣ ଦୃଷ୍ଟି ଦେଇ ଆସୁଥିଲେ। ଆଜି ମନମୁଣ୍ଡା ଥାନା ରକ୍ସା (ଦହ୍ୟା) ପଂଚାୟତ ଅମୁରଡା ପ୍ରାଥମିକ ବିଦ୍ୟାଳୟ ନିକଟରେ ଘୁଦୁଘୁଡି ପଟି ଜୁଆ ଖେଳ ହେଉଥିବା ସେ ସୂଚନା ପାଇଥିଲେ। ତାଙ୍କ ନିର୍ଦେଶ ଓ ତତ୍ୱାବଧାନରେ ଆଇଆଇସି ଗୋପୀନାଥ ପ୍ରଧାନଙ୍କ ନେତୃତ୍ୱରେ ଏଏସଏଇ କୃଷ୍ଣଚନ୍ଦ୍ର ମଲ୍ଲିକ, ଏଏସଆଇ ବୁଦ୍ଧଦେବ ସାହୁ ଓ ପୁଲିସ ବଳ ଆଜି ଅପରାହ୍ନ ପ୍ରାୟ ୪ଟା ସମୟରେ ଉକ୍ତ ସ୍ଥାନରେ ଚଢ଼ାଉ କରିଥିଲେ।

ଘୁଦୁଘୁଡି ଜୁଆ ଖେଳୁଥିବା ୬ ଅଭିଯୁକ୍ତ ଏହି ଥାନା ମହେଶ୍ୱରପିଣ୍ଡାର ରବୀନ୍ଦ୍ର ସେଠି (୪୯), ବୈଷ୍ଣବ ଭୁକ୍ତା (୨୩), ବିଜୟ କୁମ୍ଭାର (୩୯), ରକ୍ସାର ସୁରେଶ ଭୋଇ (୪୨), ଅମୁରଡାର ବାବୂବାହନ ସାହୁ (୪୫) ଓ ମହୁଲିର ଗୋପାଳ ନାୟକ (୪୫)କୁ ଗିରଫ କରିଥିଲେ। ସେମାନଙ୍କ ଠାରୁ ନଗଦ ୧୦ ହଜାର ୪୭୦ ଟଙ୍କା, ୩ଟି ବାଇକ, ୩ଟି ସାଇକଲ, ୧ ଘୁଦୁଘୁଡି ପଟି, ୧ଟି ଉକ୍ତ ଖେଳର ଝୁଡ଼ି ଓ ୬ ଗୋଟି ଉକ୍ତ ଖେଳର ଗୋଟି ପୁଲିସ ଜବତ କରିଛି। ଏ ନେଇ ଥାନାରେ ୩ ଓପିଜି ଧାରା ଅନୁଯାୟୀ ଏକ ମାମଲା ନମ୍ବର ୧୪୯ ରୁଜୁ କରାଯାଇଛି ଓ ରବିବାର ଅଭିଯୁକ୍ତମାନଙ୍କୁ କୋର୍ଟ ଚାଲାଣ କରାଯିବ ବୋଲି ପୋଲିସ ଠାରୁ ଜାଣିବାକୁ ମିଳିଛି।

Comments are closed.