ବରଫ ପାତ ପରେ ମନାଲୀର ଦୃଶ୍ୟ, ଦେଖନ୍ତୁ ଭିଡିଓ

0

କିଛି ଦିନ ହେଲା ହିମାଚଳ ପ୍ରଦେଶର ମନାଲୀ ବା ନାରକଣ୍ଡାରେ ବରଫ ପାତ ଜାରି ରହିଛି । ସେଠାକାର ତାପମାତ୍ରା ଶୂନ୍ୟରୁ ବିଯୁକ୍ତ ୧.୨ ଡିଗ୍ରୀ ସେଲସିୟସ ତଳକୁ ରହିଛି । ବରଫ ଆସ୍ତରଣରେ ମନାଲୀ ଢାଙ୍କି ହୋଇ ରହିଛି । ସ୍ଥାନୀୟ ଅଞ୍ଚଳର ଘର ଓ କାର ଉପରେ ବରଫର  ଆସ୍ତରଣ ଦେଖିବାକୁ ମିଳିଛି । ଯାହାର ଫଟୋ ଓ ଭିଡିଓ ଭାଇରାଲ ହେବାରେ ଲାଗିଛି ।

ସ୍ଥାନୀୟ ପାଣିପାଗ ବିଭାଗର ନିର୍ଦେଶକ ମନମୋହନ ସିଂହଙ୍କ ସୂଚନା ଅନୁଯାୟୀ, ପର୍ଯ୍ୟଟକ ସ୍ଥଳ ମନାଲୀ ସର୍ବନିମ୍ନ ତାପମାତ୍ରା ଶୂନ୍ୟରୁ ୧.୨ ଡିଗ୍ରୀ ସେଲସିୟସ ତଳେ ରେକର୍ଡ କରାଯାଇଛି । ଏହାର ଆଖପାଖରେ ପାହାଡିଆ ଅଞ୍ଚଳରେ ମଧ୍ୟମ ବରଫ ପାତ ଜାରି ରହିଛି । ଦର୍ଶନୀୟ ସ୍ଥାନ କଳ୍ପାରେ ୭ସେମି ବରଫପାତ ହୋଇଥିବା ସୂଚନା ମିଳିଛି । ସୂଚନା ଅନୁଯାୟୀ, ଲାହୋଲ ଓ ସ୍ପୀତିର ଉଚ୍ଚତମ ଅଞ୍ଚଳ ଚମ୍ବା, କୁଲ୍ଲୁ ଏବଂ କିନୌର ଜିଲାରେ ଗୁରୁବାର ସକାଳୁ ବରଫପାତ ହେଉଛି ।

ଲାହୌଲ ଏବଂ ସ୍ପୀତି ଜିଲାରେ କେଲାଙ୍ଗରେ ସବୁଠାରୁ ଅଧିକ ବରଫ ପାତ ହୋଇଛି । ସେଠାକାର ତାପମାତ୍ରା ଶୂନ୍ୟରୁ ବିଯୁକ୍ତ ୩.୩ ଡିଗ୍ରୀ ସେଲସିୟସ ତଳେ ରହିଥିବା ବେଳେ କଳ୍ପାରେ ତାପମାତ୍ରା ଶୂନ୍ୟରୁ ବିଯୁକ୍ତ ୦.୮ ଡିଗ୍ରୀ ତଳେ ରହିଛି । ଅନ୍ୟପକ୍ଷରେ ଧର୍ମଶାଳାରେ ବିଯୁକ୍ତ ୮.୮ ଡିଗ୍ରୀ ଏବଂ ଶିମଳାରେ ୩.୩ ଡିଗ୍ରୀ ସେଲସିୟସ ରହିଛି ।

ବରଫପାତ ଯୋଗୁଁ ପର୍ଯ୍ୟଟକ ସଂଖ୍ୟା ବୃଦ୍ଧି ପାଇଛି । ମନାଲୀ ଏବଂ ସ୍ଥାନୀୟ ପାହାଡିଆ ଅଞ୍ଚଳରେ ପର୍ଯ୍ୟଟକଙ୍କ ସୁଅ ଛୁଟିଛି । ଧର୍ମଶାଳା ଏବଂ ପାଲମପୁରରେ ମଧ୍ୟ ବରଫପାତ ହୋଇଛି । ଅନ୍ୟ ପାହାଡି ଅଞ୍ଚଳ ଶିମଳା, କୁଫରୀ, ଧର୍ମଶାଳା, ନାହନ,ଚମ୍ବା ଏବଂ ମଣ୍ଡୀରେ ବର୍ଷା ହୋଇଥିବା ସୂଚନା ମିଳିଛି ।

Leave A Reply