ମୋବାଇଲ୍‌ ଚୋରକୁ ଗୋଡାଇ ଧରିଲେ ପୋଲିସ୍‌ ଅଧିକାରୀ – ଭିଡିଓ ଭାଇରାଲ୍‌

ମାଙ୍ଗାଲୁରୁ- ଚୋର ପୋଲିସ୍‌ ମଧ୍ୟରେ ରାସ୍ତାରେ ଚାଲିଥିଲା ଛକାପଞ୍ଜା । ଶେଷରେ ଚୋରକୁ ମାଡି ବସିଲେ ପୋଲିସ୍‌ ଅଧିକାରୀ । ବେଶ୍‌ କିଛି ସମୟ ପିଛା କରିବା ପରେ ଚୋରକୁ କାବୁ କରିବାରେ ସଫଳ ହୋଇଥିଲେ । ମାଙ୍ଗାଲୁରରେ ବୁଧବାରରେ ଏହି ଘଟଣା ଘଟିଛି । ଏହାର ଭିଡିଓ ଏବେ ସୋସିଆଲ୍‌ ମିଡିଆରେ ଭାଇରାଲ୍‌ ହୋଇଛି ।

 

ମୋବାଇଲ୍‌ ଚୋର ଜଣେ ପ୍ରବାସୀ ଶ୍ରମିକର ମୋବାଇଲ୍‌ ଚୋରି କରିବା ପରେ ଦୌଡି ପଳାଉଥିଲା । ଶ୍ରମିକ ଜଣଙ୍କ ମଧ୍ୟ ତା ପଛରେ ଦୌଡି ଥିଲେ । ଏତିକି ବେଳେ ସେଠାରେ ଉପସ୍ଥିତ ଥିବା ସହକାରୀ ପୋଲିସ ସବ୍‌ଇନିସ୍‌ପେକ୍ଟର ଏହାକୁ ଦେଖି ନେଇଥିଲେ । ସେ ଚୋରର ପିଛା କରି ତାକୁ ତଳେ ପକାଇ ମାଡିବସିଥିବା ପୋଲିସ୍‌ କମିଶନର୍‌ ଏନ୍‌ ଶଶୀ କୁମାର ସୂଚନା ଦେଇଛନ୍ତି ।

ସାମାଜିକ ଗଣମାଧ୍ୟମରେ ଏହି ଭିଡିଓ ବେଶ୍‌ ଭାଇରାଲ୍‌ ହୋଇଛି । ପୋଲିସ୍‌ ଅଧିକାରୀଙ୍କୁ ବେଶ୍‌ ସାବାସୀ ମିଳୁଛି ।

Comments are closed.