ରୋଗୀ ଦେଖିଲେ ନିଜର ପ୍ରିୟ ଶୋ ; ଡ଼ାକ୍ତର କଲେ ଅସ୍ତ୍ରୋପଚାର

ହାଇଦ୍ରାବାଦ : ଏକ ସଫଳ ଅସ୍ତ୍ରୋପଚାର ପାଇଁ ଡ଼ାକ୍ତର ବିଭିନ୍ନ ଔଷଧ, ଯନ୍ତ୍ର, ବ୍ୟବହୃତ ଅନ୍ୟାନ୍ୟ ଜିନିଷ, ପ୍ରାର୍ଥନା ଉପରେ କେବଳ ନିର୍ଭର କରି ନଥାଆନ୍ତି, ବରଂ ଅନ୍ୟ କେତେକ ଜିନିଷର ମଧ୍ୟ ସାହାରା ନେଇଥାଆନ୍ତି। କିଛିଦିନ ପୂର୍ବରୁ ଏପରି ହିଁ ଏକ ମସ୍ତିଷ୍କ ଅସ୍ତ୍ରୋପଚାର ଆନ୍ଧ୍ରପ୍ରଦେଶର ଗୁଣଟୁର ହୋଇଥିବା ଜଣାପଡ଼ିଛି। ଏହି ଅସ୍ତ୍ରୋପଚାରରେ ଡ଼ାକ୍ତର ଚାହୁଁଥିଲେ ଅସ୍ତ୍ରୋପଚାର ହେଉଥିବା ବ୍ୟକ୍ତି ସେହି ସମୟରେ ନିଶାରେ ନରହି ସମ୍ପୂର୍ଣ୍ଣ ହୋସରେ ରୁହନ୍ତୁ। ଯାହାଦ୍ୱାରା ତାଙ୍କର ସଫଳ ଅସ୍ତ୍ରୋପଚାର ହୋଇପାରିବ। ତେଣୁ ଡାକ୍ତର ଉକ୍ତ ରୋଗୀଙ୍କର ପ୍ରିୟ କାର୍ଯ୍ୟକ୍ରମ (ଶୋ) ବିଗ୍‍ ବୋଶ୍‍ ଦେଖିବାକୁ କହିଲେ। ଏହାସହ ଡାକ୍ତରଙ୍କ ମତାନୁଯାୟୀ, ଉକ୍ତ ରୋଗୀ ବିଗ୍‍ ବୋଶ୍‍ ସହ ହଲିଉଡ ଚଳଚ୍ଚିତ୍ର ମଧ୍ୟ ଦେଖିଲେ।
ମିଳିଥିବା ସୂଚନା ଅନୁଯାୟୀ, ଜଣେ ୩୩ ବର୍ଷୀୟ ଯୁବକ ସମ୍ପୂର୍ଣ ଅସ୍ତ୍ରୋପଚାର ହେବା ଯାଏଁ ହୋସରେ ରହିଥିଲେ। ଏହା ଅତ୍ୟନ୍ତ ଜରୁରୀ ଥିଲା, ଅସ୍ତ୍ରୋପଚାର ସମୟରେ ଉକ୍ତ ଯୁବକ ହୋସରେ ରହିଲେ ଡ଼ାକ୍ତର ତାଙ୍କ ମସ୍ତିଷ୍କରେ ହେଉଥିବା ଗତିବିଧିକୁ କମ୍ପ୍ୟୁଟରରେ ଯାଞ୍ଚ କରିବେ। ଅସ୍ତ୍ରୋପଚାର ଦ୍ୱାରା ଡ଼ାକ୍ତର ଉକ୍ତ ବ୍ୟକ୍ତିଙ୍କ ମସ୍ତିଷ୍କରୁ ଟ୍ୟୁମର ବାହାର କରିଥିଲେ। ଅସ୍ତ୍ରୋପଚାର ସରିବା ଯାଏଁ ବ୍ୟକ୍ତି ଜଣଙ୍କ ନିଜର ପ୍ରିୟ କାର୍ଯ୍ୟକ୍ରମ ଓ ଚଳଚ୍ଚିତ୍ର ଦେଖିଲେ।

Comments are closed.