ପାକିସ୍ତାନ ଜିନ୍ଦାବାଦ ସ୍ଲୋଗାନ ଦେଇ ନିର୍ଧୁମ ଛେଚା ଖାଇଲେ ଯୁବକ

0

ଜିନ୍ଦ : ହିନ୍ଦୁସ୍ତାନ ମୁର୍ଦାବାଦ ଏବଂ ପାକିସ୍ତାନ ଜିନ୍ଦାବାଦ ସ୍ଲୋଗାନ ଦେଉଥିବାର ଏକ ଭିଡ଼ିଓ ସାମାଜିକ ଗଣମାଧ୍ୟମରେ ଛାଡ଼ିବା ଜିନ୍ଦ ଜିଲା ସଫିଦୋ ଉପଖଣ୍ଡ ଅଧୀନ ଅଣ୍ଟା ଗ୍ରାମର ଜଣେ ମୁସଲମାନ ଯୁବକକୁ ଭାରି ପଡ଼ିଛି। ଯୁବକ ଜଣକ ନିଜ ଦୋକାନାରେ ବସି ଏହି ସ୍ଳୋଗାନ ଦେଇଥିଲା ଓ ଏକ ଭିଡ଼ିଓ କରି ସାମାଜିକ ଗଣମାଧ୍ୟମରେ ଛାଡ଼ିଥିଲା। କିଛି ସମୟ ମଧ୍ୟରେ ଏହି ଭିଡିଓ ସାମାଜିକ ଗଣମାଧ୍ୟମରେ ଭାଇରାଲ ହୋଇଯାଇଥିଲା। ଏହା ପରେ ଲୋକମାନେ ଯୁବକକୁ ଦୋକାନ ଭିତରୁ ଟାଣି ଆଣି ନିର୍ଧମୁ ଛେଚିଥିଲେ। ଖବର ପାଇବା ପରେ ପୁଲିସ୍‍ ଏକ ମାମଲା ରୁଜୁ କରି ଦଦନ୍ତ ଆରମ୍ଭ କରିଛି।
ମାଡ଼ ଖାଇବା ପରେ ଯୁବକ ଜଣକ କହିଛି ଯେ ତାର ଗ୍ରାମର ରହମାନ ନାମକ ଜଣେ ବ୍ୟକ୍ତି ତାକୁ ମଦ ପିଆଇ ଏହି ସ୍ଲୋଗାନ ଦେବାକୁ କହିଥିଲା। ସେ ମଦ ନିଶାରେ ଏଭଳି ସ୍ଲୋଗାନ ଦେଇଥିଲା। ଏହାକୁ ଭିଡ଼ିଓ କରି ରହମାନ ସାମାଜିକ ଗଣମାଧ୍ୟମରେ ଭାଇରାଲ କରାଇଛି। ପୁଲିସ୍‍ ଯୁବକକୁ ଗିରଫ କରି ପଚରା ଉଚୁରା କରିଛି।

Leave A Reply