ଜିରୋ ନାଇଟ୍‌ ପାର୍ଟିରେ ଯୁବକଙ୍କୁ ହତ୍ୟା

ଭଦ୍ରକ: ଭଦ୍ରକ ଜିଲାରେ ନୂଆବର୍ଷ ରାତିରେ ଏକ ହତ୍ୟାକାଣ୍ଡ ଘଟିଛି। ଜିରୋ ନାଇଟ୍‌ ପାର୍ଟିରେ ସତ୍ୟବ୍ରତ ସିଅଳ ନାମକ ଯୁବକଙ୍କୁ ପିଟି ପିଟି ହତ୍ୟା କରାଯାଇଥିବା ପରିବାର ଲୋକେ ଅଭିଯୋଗ କରିଛନ୍ତି। ବୁଧବାର ସକାଳୁ ସ୍ଥାନୀୟ ୟୁକୋ ବ୍ୟାଙ୍କ ବାରଣ୍ଡାରୁ ତାଙ୍କ ମୃତଦେହ ଉଦ୍ଧାର କରାଯାଇଛି।

ସୂଚନା ଅନୁସାରେ, ନୂଆବର୍ଷ ଉପଲକ୍ଷେ ମଙ୍ଗଳବାର ବିଳମ୍ବିତ ରାତିରେ ଜଳଙ୍ଗା ଗ୍ରାମର ସତ୍ୟବ୍ରତ ଗ୍ରାମର ଅନ୍ୟ କିଛି ଯୁବକଙ୍କ ସହିତ ମିଶି ଭୋଜିଭାତ କରିଥିଲେ। ଭୋଜିରେ ଗଣ୍ଡଗୋଳ ହେବାରୁ ଲୁହା ରହ୍‌ ଏବଂ ଠେଙ୍ଗାରେ ପିଟି ପିଟି ହତ୍ୟା କରାଯାଇଥିଲା। ପରେ ତାଙ୍କ ମୃତଦେହକୁ ଦୁର୍ବୃତ୍ତମାନେ ବ୍ୟାଙ୍କ ବାରଣ୍ଡାରେ ରଖିଦେଇ ତାଙ୍କ ପରିବାର ଲୋକଙ୍କୁ ଡାକିଥିଲେ। ପରିବାର ଲୋକେ ସତ୍ୟବ୍ରତଙ୍କୁ ଦେଖି ବିଚଳିତ ହୋଇପଡ଼ିଥିଲେ। ତୁରନ୍ତ ତାଙ୍କୁ ହସ୍ପିଟାଲ ନେଇଥିଲେ। ମାତ୍ର ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ତାଙ୍କ ଶରୀରରେ କ୍ଷତାକ୍ତ ଚିହ୍ନ ରହିଥିବାରୁ ତାଙ୍କୁ ହତ୍ୟା କରାଯାଇଥିବା ପରିବାର ଲୋକେ ଅଭିଯୋଗ କରିଛନ୍ତି। ପୂର୍ବ ବିବାଦକୁ କେନ୍ଦ୍ର କରି ତାଙ୍କୁ ପିଟି ପିଟି ହତ୍ୟା କରାଯିବା ପରେଫିଙ୍ଗି ଦିଆଯାଇଥିବା ସନ୍ଦେହ କରାଯାଉଛି। ପୁଲିସ ମୃତଦେହ ଜବତ କରି ଘଟଣାର ତଦନ୍ତ ଆରମ୍ଭ କରିଛି।

Comments are closed.