ଯୁବକଙ୍କୁ ଗୁଳିକରି ହତ୍ୟା

କଳାପଥର:  ବୈଦ୍ୟେଶ୍ୱର ଥାନା ଅନ୍ତର୍ଗତ କଳାପଥର ପଞ୍ଚାୟତର ମଧୁଆପଲ୍ଲୀ ବଡଡାଳିଆ ଅଚିହ୍ନା ଗଛ ପାଣି ପମ୍ପ ହାଉସ୍‍ ନିକଟରେ ଜଣେ ଯୁବକଙ୍କୁ ଗୁଳିକରି ହତ୍ୟା କରାଯାଇଛି। ହତ୍ୟାର ଶିକାର ହୋଇଥିବା ଯୁବକ ଜଣ ଫତେଗଡ଼ ଥାନା ମଣିପୁର ଗ୍ରାମର ଅର୍ଜୁନ ବଳିଆରସିଂ ବୋଲି ଜଣାପଡ଼ିଛି। ପୂର୍ବ ଶତ୍ରୁତାରୁ ଏହି ହତ୍ୟାକାଣ୍ଡ ଘଟିଥିବା ସନ୍ଦେହ କରାଯାଉଛି। ସୂଚନା ଅନୁସାରେ ବିଳମ୍ବିତ ରାତ୍ରିରେ କିଛି ଦୃବୃତ୍ତ ଅର୍ଜୁନଙ୍କୁ ମଣିପୁରରୁ ଉଠାଇ ଆଣିଥିଲେ। ପରେ ବରଡାଳିଆ ନିକଟ ମଧୁଆପଲ୍ଲୀ ରାସ୍ତାରେ ମୁଣ୍ଡକୁ ଗୁଳି ମାଡକରି ଫେରାର ହୋଇଯାଇଥିଲେ। କୈାଣସି ସୁତ୍ରରୁ ଫତେଗଡ ପୁଲିସ୍‍ ଖବରପାଇ ରକ୍ତ ଜୁଡୁବୁଡୁ ଅବସ୍ଥାରେ ଉଦ୍ଧାର କରି କଳାପଥର ମେଡିକାଲକୁ ନେଇଥିଲେ। ସେଠାରେ ଅବସ୍ଥା ସଂଙ୍କଟାନ୍ନ ହେବାରୁ ଖୋଦ୍ଧା ମୁଖ୍ୟ ଡାକ୍ତଖାନାକୁ  ନେଇଥିବା ବେଳେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।

 

Comments are closed.